କର୍ଲାପଡା ଠାରେ ଶ୍ରୀ ଶ୍ରୀ ତ୍ରିନାଥ ଠାକୁର ଙ୍କ ୫୨ତମ ମେଳା ଉଦଯାପନ ଉତ୍ସବ।
କଳାହାଣ୍ଡି,୧୨/୧୧
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ କର୍ଲାପଡା ଠାରେ ଶ୍ରୀଶ୍ରୀ ତ୍ରିନାଥ ଠାକୁରଙ୍କ ୫୨ ତମ ମେଳା ର ପୂଜନୋତ୍ସବ ଉଦଯାପିତ ହୋଇ ଯାଇଛି।ଏହି ପରିପ୍ରେକ୍ଷୀ ରେ ଗାଁ ରେ ସୁସଜିତ ମଣ୍ଡପ ରେ ଶ୍ରୀ ଶ୍ରୀ ତ୍ରିନାଥ ଠାକୁର କୁ ପୂଜା କରା ଯାଇଥିଲା । ବାଣୀ ଭୂଷଣ ପ୍ରଧାନ ସହଧର୍ମିଣୀ ମଧୁସ୍ମିତା ପ୍ରଧାନ ଯଜ୍ଞକର୍ତ୍ତା ଦାଇତ୍ୱ ତୁଲାଇଥିବା ବେଳେ କର୍ଲାପଡା ଗ୍ରାମର ମହିଳା, ସଂକୀର୍ତ୍ତନ ଦଳ,ଘଣ୍ଟ ବାହିଲି ସଂକୀର୍ତ୍ତିନ ଦଳ,ପଣ୍ଡିଗାଁ ବୈଠକ କୀର୍ତ୍ତନ ଦଳ ର ମହାମନ୍ତ୍ର ଧ୍ୱନି ରେ ଭକ୍ତି ମୟ ପରିବେଶ ସୃଷ୍ଟି ହୋଇ ଥିଲା ।ଗ୍ରାମର କୁମରମଣି ପ୍ରଧାନ,କନ୍ଦର୍ପ ମାଝୀ, ଛିନୁ ଜାଲ,ବୃଷଭ ବାହାନ ପ୍ରଧାନ, ରାଜୀବ ଯୁଆଡ,ବିଘ୍ନରାଜ ପ୍ରଧାନ, ଅଜିତ କୁମର ପ୍ରଧାନ, କଂହେଇ ଚରଣ ପ୍ରଧାନ ସୁଧାଂଶୁ ଶେଖର ପ୍ରଧାନ ଙ୍କ ତତ୍ୱାବଧାନ ରେ ଗ୍ରାମବାସୀ ଙ୍କ ସହଯୋଗ ରେ ଗ୍ରାମରେ ମନ୍ତ୍ରମୁଗ୍ଧ ପରିବେଶ ସୃଷ୍ଟି ହୋଇ ଥିଲା ।ଏହି ମେଳା ଉତ୍ସବ ଦେଖିବାକୁ ପ୍ରବଳ ସଂଖ୍ୟକ ଭକ୍ତ ଙ୍କ ସମାଗମ ହୋଇ ଥିଲା।

