ଯୁବକ ଙ୍କୁ ବିଅର ବାର ରେ ଆକ୍ରମଣ ଘଟଣା,୧୮ ଦିନ ପରେ ମୃତ୍ୟୁ,ଅଭିଯୁକ୍ତ ଙ୍କୁ ଗିରଫ ଦାବି କଲେ ପରିଜନ।
କଳାହାଣ୍ଡି,୧୪/୧୧
କଳାହାଣ୍ଡି ଜିଲ୍ଲା କୋକସରା ଥାନା ଧର୍ମଗଡ ବ୍ଲକ ଅନ୍ତର୍ଗତ ବେହେରା ଗ୍ରାମ ବିଜୁ ଏକ୍ସପ୍ରେସ ୱେ କଡ଼ ରେ ଥିବା ବିଅର ବାର୍ ରେ ଗତ ମାସ ୨୬ ତାରିଖ ସନ୍ଧ୍ୟାରେ ପଲସାପଡା ଗ୍ରାମ ର ମୋତିରାମ ମେହେର (୪୫) ଙ୍କ ସାଙ୍ଗରେ ବେହେରା ଗ୍ରାମ ର ତିନି ଯୁବକ କ୍ଷିରୋଦ ନାଏକ,ରଶ୍ମି ନାଏକ ଓ ଟୁନା ପଟେଲ ମଧ୍ୟରେ ମଦ୍ୟପାନ ସମୟରେ ସାମାନ୍ୟ କଥା କୁ ବଚସା କୁ ନେଇ ଗଣ୍ଡଗୋଳ ରୂପ ନେଇଥିଲା। ମୋତିଲାଲ ଙ୍କୁ ଉକ୍ତ ୩ ଯୁବକ ଆକ୍ରମଣ କରିବା ସହ ବିଅର ବୋତଲରେ ମୁଣ୍ଡରେ ମାଡ଼ ଦେଇଥିଲେ। ଏହି ଆକ୍ରମଣ ରେ ମୋତିରାମ ଙ୍କ ମୁଣ୍ଡରେ ଗଭୀତ କ୍ଷତ ହୋଇଥିଲା। ଏହାକୁ ନେଇ କୋକସରା ଥାନାରେ ପୀଡିତ ମୋତିରାମ ଲିଖିତ ଅଭିଯୋଗ କରିଥିଲେ ଓ କୋକସରା ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ। ତେବେ କିଛିଦିନ ପରେ ସେ ମୁଣ୍ଡ ରେ ଯନ୍ତ୍ରଣା ସହ ଗୁରୁତର ହେବାରୁ ତାଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ। ତେବେ ମୁଣ୍ଡ ରେ ଇଣ୍ଟରନାଲ ଆଘାତ ଯୋଗୁଁ ଭବାନୀପାଟଣା ରୁ ବୁର୍ଲା ମେଡ଼ିକାଲ କୁ ସ୍ଥାନାନ୍ତର ପରେ ସେଠାରୁ ବରଗଡ଼ ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୋତିରାମ ଙ୍କ ମୃତ୍ୟ ଘଟିଥିଲା। ଶୁକ୍ରବାର ମୃତକ ଙ୍କ ଶବ ଗାଁ କୁ ପହଞ୍ଚିବା ପରେ କୋକସରା ପୋଲିସ ମୃତକ ଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାରେ ଆଣି ବ୍ୟବଚ୍ଛେଦ କରିବା ପରେ ମୃତକଙ୍କ ପରିବାର ଙ୍କୁ ଶବ ହସ୍ତାନ୍ତର କରିବା ବେଳେ ପରିବାର ଲୋକେ ପୋଲିସ ର କାର୍ଯ୍ୟାନୁଷ୍ଠାନ ରେ ଶିଥିଲତା ଓ ଅଭିଯୁକ୍ତକୁ ସୁରକ୍ଷା ଦେଇଥିବା ଅଭିଯୋଗ କରିବା ସହ ୩ ଅଭିଯୁକ୍ତ ଙ୍କୁ ଗିରଫ ଦାବି କରି କିଛି ସମୟ ଉତ୍ତେଜିତ ହୋଇ ଶବ ବ୍ୟବଚ୍ଛେଦ ପରେ ଗ୍ରହଣ କରିବାକୁ ମନା କରିଥିଲେ।ପରେ କୋକସରା ଥାନା ଅଧିକାରୀ ଜୟ ପ୍ରକାଶ ନାରାୟଣ ହୋତା ପରିବାର ଲୋକ ଙ୍କ ସହ ଆଲୋଚନା କରି ଅଭିଯୁକ୍ତ ଙ୍କୁ ଶୀଘ୍ର ଗିରଫ କରାଯିବା ନେଇ ପ୍ରତିଶ୍ରୁତି ପରେ ଶବ ଗ୍ରହଣ କରିଥିଲେ।ଏନେଇ କୋକସରା।ପୋଲିସ ପକ୍ଷରୁ ଏକ ହତ୍ୟା ମାମଲା ୨୯୫/୨୫ ରୁଜୁ କରା ଯାଇଥିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

