Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବରଗଛ ଉପୁଡ଼ି ଯାତାୟତ ବାଧାପ୍ରାପ୍ତ

ବୀରମହାରାଜାପୁର : ବୀରମହାରାଜାପୁର ବ୍ଲକ ଅନ୍ତର୍ଗତ ଉଫୁଲା ପଞ୍ଚାୟତ ର କମଳ ପୁର ଗ୍ରାମରେ ହଠାତ୍ ଏକ ବିରାଟକାୟ ବରଗଛ ଉପୁଡ଼ି ପଡିଥିଲା l ଗଛ ମାଡି ବସିବା ଫଳରେ ଏହି ରାସ୍ତା ଦେଇ ଯାଉଥିବା ଜଣେ ବୃଦ୍ଧ ଓ କିଛି ଛୋଟ ଛୋଟ ଶିଶୁ ଅଳ୍ପକେ ଦୁର୍ଘଟଣା ରୁ ବର୍ତ୍ତୀ ଯାଇଥିବା ଜଣାଯାଇଛି l ଗଛ ପଡ଼ି କମଳପୁର୍- ଖମେଶ୍ଵରି ପାଲି ରାସ୍ତାରେ ଯିବା ଆସିବା କରିବା ବାଧାପ୍ରାପ୍ତ ହୋଇଥିବା ବେଳେ ବିଦ୍ୟୁତ ତାର ମଧ୍ୟ ଛିଣ୍ଡି ପଡ଼ିବା ଫଳରେ ବିଦ୍ୟୁତ୍ ସରୋବରାହ ବ୍ୟତିକ୍ରମ ଦେଖାଯାଇଥିଲା l ସ୍ଥାନୀୟ ଅଗ୍ନିଶମ ବାହିନୀ ଓ ବିଦ୍ୟୁତ୍ କର୍ମଚାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗଛ କାଟିବା ସଙ୍ଗେ ସଙ୍ଗେ ବିଦ୍ୟୁତ ସଜାଡ଼ିଥିଲେ l