Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନକଲି ଜି.ଏସ୍.ଟି ବିଲ୍ କାରବାରକୁ ନେଇ ବ୍ୟବସାୟୀଙ୍କୁ କାର୍ ଚଢାଇ ମାରିଦେବା ଉଦ୍ୟମ ଘଟଣାରେ ବ୍ୟବହୃତ କାର୍ ଜବତ୍ ।

ବଲାଙ୍ଗୀର,୧୪।୪:
ବଲାଙ୍ଗୀର ଜିଲ୍ଲା ସଇଁତଲା ହୋଣ୍ଡା ସୋ-ରୁମ୍ ସାମ୍ନା ନବୀନ ଛକ ମୁଖ୍ୟ ରାସ୍ତାରେ ସଇଁତଲା ସୋ-ରୁମ୍ ର ମାଲିକ ସୁନୀଲ ଅଗ୍ରୱାଲଙ୍କ ପୁଅ ତାନିଶ୍ ଅଗ୍ରୱାଲଙ୍କୁ ଗତ ଶୁକ୍ରବାର ଦିନ ଅପରାହ୍ନରେ ଗାଡ଼ି ଚଢାଇ ମାରିଦେବା ଉଦ୍ୟାମ ହୋଇଥିଲା ।ଏଥିରେ ତାନିଶ୍ ପଡି ଯାଇଥିବା ବେଳେ ତାଙ୍କ ବାମ ଗୋଡ଼ ଭାଙ୍ଗି ଯାଇ ଗଭୀର ଆଘାତ ଲାଗିଥିଲା । ଏନେଇ ସଇଁତଲା ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ବେଳେ ଗତକାଲି ଘଟଣାରେ ବ୍ୟବହୃତ କାର୍ କୁ ପାଟଣାଗଡ଼ ଗଙ୍ଗାସାଗର ସିଲେଟପଡ଼ା ନିକଟରେ ଥିବା ଏକ ପିଚୁ ପ୍ଲାଣ୍ଟରୁ ଜବତ୍ କରିଛି ସଇଁତଲା ପୋଲିସ୍ । ଏହି ଘଟଣାରେ ଅଭିଯୁକ୍ତ କାର୍ ଚାଳକ ଫେରାର୍ ଥିବା କହିଛି ସଂପୃକ୍ତ ଥାନା ପୋଲିସ୍। ତେବେ ନକଲି ଜି.ଏସ୍.ଟି ବିଲ୍ କେଳେଙ୍କାରୀକୁ ତଥା ନେଇ ଏହି ହତ୍ୟା ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଘଟଣାରେ ବ୍ୟବହୃତ ଗାଡ଼ି ପାଇକମାଲ ର ବ୍ୟବସାୟ ରୋହିତ୍ ଅଗ୍ରୱାଲଙ୍କ ବୋଲି ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ, ନକଲି ଜି.ଏସ୍.ଟି ବିଲ୍ ମାମଲାକୁ ନେଇ ପୂର୍ବରୁ ସେହି ସଇଁତଲା ଶୋରୁମ ମାଲିକ ସୁନିଲ୍ ଅଗ୍ରୱାଲ ଏବଂ ତାଙ୍କ ପୁଅ ତାନିଶ୍ ଉପରେ ଠକେଇର ଶିକାର ହୋଇଥିବା କିଛି ଠିକାଦାର ଧମକ ଚମକ ଦେବା ସହିତ ଆଇନ ଆଶ୍ରୟ ନେଇଥିବା ମଧ୍ୟ ସୂଚନା ମିଳିଛି। ଘଟଣାରେ ଠକେଇ କରିଥିବା ବ୍ୟବସାୟୀ ସୁନିଲ୍ ଅଗ୍ରୱାଲ ଏବଂ ତାଙ୍କ ପୁଅ ତାନିଶ୍ ଏହାକୁ ନେଇ କିଛି ପଦକ୍ଷେପ ନେଇ ନଥିବାରୁ ତାନିଶ୍ କୁ ରୋହିତ୍ ଅଗ୍ରୱାଲ କାର୍ ଚଢାଇ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ଜାଣିବାକୁ ମିଳିଛି। ପ୍ରକାଶ ଥାଉକି, ଏହି ନକଲି ଜି.ଏସ୍.ଟି ବିଲ୍ ଠକେଇ କେବଳ ସଇଁତଲାରେ ନୁହେଁ ବରଂ ଏହା ପଡୋଶୀ ଟିଟିଲାଗଡ଼, ଗୁଡଭେଲା, ମୁରିବାହାଲ, ବଙ୍ଗୋମୁଣ୍ଡା, ତୁରେକେଲା, ପାଟଣାଗଡ଼ ଓ ବଲାଙ୍ଗୀରରୁ ଓଡିଶା ତଥା ରାଜ୍ଯ ବାହାରକୁ ଏହାର ଚେର ଲମ୍ବିଥିବା ସୂଚନା ମିଳିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ