କଣ୍ଟାବାଞ୍ଜି ମହିଳା ସ୍ନାତକ ମହାବିଦ୍ୟାଳୟରେ “ନାରୀ ଶକ୍ତି ବନ୍ଦନ ” କାର୍ଯ୍ୟକ୍ରମ ଆୟୋଜିତ ।
ବଲାଙ୍ଗୀର, ୧୫।୪: କଣ୍ଟାବାଞ୍ଜି ମହିଳା ସ୍ନାତକ ମହାବିଦ୍ୟାଳୟରେ ଆଜି “ନାରୀ ଶକ୍ତି ବନ୍ଦନ” କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଶକ୍ତିଶ୍ରୀ କୋଷର ସଂଯୋଜିକା ଅଧ୍ୟାପିକା ରଶ୍ମି ରମିତା ମେହେରଙ୍କ ଅଧ୍ୟକ୍ଷତାରେ ଗମ୍ଭୀର ଓ ଉତ୍ସାହମୟ ପରିବେଶରେ ଆୟୋଜିତ ହୋଇଥିଲା। ଛାତ୍ରୀ ମାନଙ୍କର ସଶକ୍ତିକରଣ, ସ୍ୱାଭିମାନ ବୃଦ୍ଧି ଓ ସମାଜରେ ନାରୀଙ୍କ ଗୁରୁତ୍ୱ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ନେଇ ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୁରୋହିତ ମୁଖ୍ୟ ଅତିଥି ରୂପେ ଯୋଗଦେଇ ନାରୀ କେବେ ଅବଳା କିମ୍ବା ଦୁର୍ବଳା ନଥିଲା ହେଲେ ଅବହେଳିତ ଥିଲା କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ନାରୀଙ୍କୁ ସମ୍ମାନ ଦେବାପାଇଁ ବିଭିନ୍ନ କାର୍ଯ୍ୟକ୍ରମକୁ ହାତକୁ ନେଇଛନ୍ତି । ଏଥିପାଇଁ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ତପ୍ତରତାର ସହ ପ୍ରତ୍ୟେକ ଉଚ୍ଚ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ଶକ୍ତିଶ୍ରୀ କୋଷ ଖୋଲିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି। କେନ୍ଦ୍ର ସରକାର ମଧ୍ୟ ଆଜିଠାରୁ ୧୮ ତାରିଖ ପର୍ଯ୍ୟନ୍ତ ସଂସଦର ଏକ ବିଶେଷ ସୁତ୍ର ଡକାଇଛନ୍ତି ଓ ଲୋକସଭାର ସଦସ୍ୟ ସଂଖ୍ୟା ୮୭୫ କୁ ବୃଦ୍ଧି କରି ପ୍ରାୟ ଏକ ତୃତୀୟାଂଶ ଆସନ (ପାଖାପାଖି ୨୭୫) ମହିଳାଙ୍କ ପାଇଁ ସଂରକ୍ଷିତ କରିବାକୁ ଯାଉଛନ୍ତି । ଯ’ଦ୍ୱାରା ମହିଳାମାନେ ସମସ୍ତ କ୍ଷେତ୍ରରେ ତାଙ୍କର ସହାଭାଗିତା ଯୋଗାଇବେ ଏବଂ ଏହା ଦ୍ୱାରା ଓଡିଶାକୁ ୨୦୩୬ ଓ ଭାରତକୁ ୨୦୪୭ ରେ ବିକଶିତ ରାଜ୍ୟ ଓ ରାଷ୍ଟ୍ରରେ ପରିଣତ କରିବାର ସପ୍ନକୁ ସାକାର କରାଯାଇ ପାରିବ ବୋଲି ନିଜର ମତ ପ୍ରକାଶ କରିଥିଲେ ।ଏହି ଅବସରରେ ଭାଷଣ, ଚର୍ଚ୍ଚା, ସାଂସ୍କୃତିକ ଓ ସାଙ୍ଗୀତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଛାତ୍ରୀମାନେ ବହୁତ ଉତ୍ସାହର ସହ ଭାଗ ନେଇ ନିଜ ଦକ୍ଷତା ପ୍ରଦର୍ଶନ କରିଥିଲେ।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ତଥା ଶକ୍ତିଶ୍ରୀ ସାଥୀ ଛାତ୍ରୀ ଅବନ୍ତିକା ଜୈଶବାଲ ଓ ସମସ୍ତ ଛାତ୍ରୀ ଉପସ୍ଥିତ ଥିଲେ l ଶେଷରେ ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ଅଧ୍ୟାପିକା ଶ୍ରୀମତୀ ସୁନନ୍ଦା ରଥ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

