Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିଟିଲାଗଡ ଥାନା ଘଣ୍ଟବାହାଲି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ; ବାଇକ୍ କୁ ପଛପଟୁ ପିଟିଲା ଟ୍ରକ୍ , ଜଣେ ମୃତ ପ୍ରସୂତୀ ମହିଳା ସମେତ ୨ ଆହତ ।

ବଲାଙ୍ଗୀର,୧୬।୪: ବଲାଙ୍ଗୀର ଜିଲ୍ଲା ଟିଟିଲଗଡ ଥାନା ଘଣ୍ଟବାହାଲି ଗାଁ ନିକଟସ୍ଥ ଭାଲୁ ଡୁଙ୍ଗୁରୀ ଛକ ନିକଟ ମୁଖ୍ୟ ରାସ୍ତାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୯ ଟା ସମୟରେ ଟିଟିଲାଗଡ଼ ଥାନା ଘଣ୍ଟବାହାଲି ଗାଁର ଜଣେ ପ୍ରସୂତୀ ମହିଳାକୁ ଧରି ତାଙ୍କ ୨ ଜଣ ସମ୍ପର୍କୀୟ ଏକ ବାଇକ୍ ରେ ଟିଟିଲାଗଡ଼ ଡାକ୍ତରଖାନାକୁ ଯାଉଥିଲେ । ଏହି ସମୟର ଉକ୍ତ ଗାଁର ଭାଲୁଡୁଙ୍ଗୁରୀ ଛକ ନିକଟସ୍ଥ ମୁଖ୍ୟ ରାସ୍ତାରେ ଏକ ଟ୍ରକ୍ ସଂପୃକ୍ତ ବାଇକ୍ କୁ ପଛପଟୁ ପିଟିଥିଲା । ଫଳରେ ବାଇକ୍ ରେ ବସିଥିବା ପ୍ରସୂତୀ ମହିଳାଙ୍କ ସମେତ ଅନ୍ୟ ୨ ଜଣ ଘଟଣାସ୍ଥଳରେ ଛିଟିକି ପଡ଼ିଥିଲେ । ଏଥିରେ ବାଇକ୍ ଚାଳକ ଏବଂ ପଛପଟେ ବସିଥିବା ପ୍ରସୂତୀ ମହିଳା ଗୁରୁତର ଆହତ ହୋଇଥିବା ବେଳେ ମଝିରେ ବସିଥିବା ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ମୃତ୍ୟୁ ହୋଇଥିବା ମହିଳାଙ୍କ ପରିଚୟ ମିଳିଥିବା ବେଳେ ସେ ଘଣ୍ଟବାହାଲି ଗାଁର ଘାଟନୀ ଛତର ବୋଲି ଜଣାପଡିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବାଇକ୍ ଟିକୁ ପଛପଟୁ ଟ୍ରକଟି ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଘଣ୍ଟବାହାଲି ଅଞ୍ଚଳରେ ଶୋକାକୁଳ ପରିବେଶ ସହିତ ଉତ୍ତେଜନା ଦେଖା ଦେଇଥିଲା । ଘଟଣାରେ ମୃତକଙ୍କ ପରିବାର ଲୋକେ ଓ ଗ୍ରାମବାସୀ ମାନେ ରାସ୍ତାରେ ଶବକୁ ରଖି ୨୦ କ୍ଷତିପୂରଣ ସହ ଟ୍ରକ ଚାଳକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଖବର ପାଇ ଟିଟିଲାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ଅଟକ ରଖାଯାଇଥିବା ସୂଚନା ମିଳିଛି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଘଟଣାରେ ଆହତ ବାଇକ୍ ଚାଳକ ମୃତକ ମହିଳାଙ୍କ ଭଣଜା ହୋଇଥିବା ବେଳେ ବାଇକ୍ ର ପଛପଟେ ବସିଥିବା ପ୍ରସୂତୀ ମହିଳାଙ୍କ ସହ ସେମାନଙ୍କ ପରିଚୟ ଜଣା ପଡିନାହିଁ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories