ଖୁଟୁଲୁମୁଣ୍ଡା ଗାଁରେ ବିଜେପିର ମିଶ୍ରଣ ପର୍ବ ; ବିଧାୟକଙ୍କ ଟାର୍ଗେଟ୍ ରେ ଆସନ୍ତା ପଂଚାୟତ ନିର୍ବାଚନ – ରାଜ୍ୟ ଉପସଭାପତି।
ବଲାଙ୍ଗୀର, ୧୬।୪: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍ ହିଆଁଲ ପଞ୍ଚାୟତ ଖୁଟୁଲୁମୁଣ୍ଡା ଗ୍ରାମରେ କଣ୍ଟାବାଞ୍ଜି ବିଜେପିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ବଙ୍ଗୋମୁଣ୍ଡା, ମୁରିବାହାଲ, ତୁରେକେଲା ବ୍ଲକର ଶତାଧିକ କର୍ମୀ ବିଜେଡି ଓ କଂଗ୍ରେସ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ବଙ୍ଗୋମୁଣ୍ଡା ବ୍ଲକର ଜାମଖୁଣ୍ଟା, ଚାନ୍ଦୋତର, ଭୂର୍ଷଗୁରା, ଅର୍ଶାତୁଲା , ଭୂଷଲାଡ, ଗନ୍ଧରାବନ୍ଧ, ଖଇରା, କପିଲାଭଟା, ଝଳପ, ଝରିଆଲ, ବିରିପାଲି ଆଦି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ କର୍ମୀମାନେ ସାମିଲ ହୋଇଥିଲେ । ଏହି ଅବସରରେ ଅନୁଷ୍ଠିତ ସଭାରେ ରାଜ୍ୟ ବିଜେପିର ଉପସଭାପତି ଶିବାଜୀ ମହାନ୍ତି , ଜିଲ୍ଲା ଉପସଭାପତି ବେଦବ୍ୟାସ ନାଗ, ଜିଲା ସମ୍ପାଦକ ପୁରୁନ୍ଦର ବାଗଙ୍କ ସମେତ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩ ଗୋଟି ବ୍ଲକର ସଭାପତି ମଞ୍ଚାସୀନ ଥିଲେ । ଏଥିରେ ଆଗମୀ ପଂଚାୟତ ନିର୍ବାଚନକୁ ଟାର୍ଗେଟ୍ କରିଛନ୍ତି ବିଧାୟକ ଶ୍ରୀ ବାଗ । ଆଗାମୀ ଦିନରେ ଆହୁରି ମିଶ୍ରଣ ପର୍ବ ଅନୁଷ୍ଠିତ ହେବ ବୋଲି ରାଜ୍ୟ ଉପସଭାପତି ଶ୍ରୀ ମହାନ୍ତି କହିଛନ୍ତି।

