Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଲ୍ଲୀ ଭାରତୀ ୟୁଥ୍ କ୍ଲବ ଦ୍ୱାରା ସମ୍ବଲପୁରୀ ପ୍ରାଚୀନ ନୃତ୍ୟ କଳା ପ୍ରଦର୍ଶନ

ଜମନକିରା : ସମ୍ବଲପୁର ଜିଲ୍ଲା ରେଙ୍ଗଲୋଇ ଡିପିଏ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଆଜି ସମ୍ବଲପୁର ପଲ୍ଲୀ ଭାରତୀ ୟୁଥ୍ କ୍ଲବ ଦ୍ୱାରା ସମ୍ବଲପୁରୀ ପ୍ରାଚୀନ ନୃତ୍ୟ କଳା ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଉପମା ପଟେଲ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ କୁଚିଣ୍ଡା ଏସଡିଏମଓ ଡ଼ା. ସୁବୋଧ କୁମାର ନାୟକ ଯୋଗ ଦେଇ ନୃତ୍ୟ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ସରପଞ୍ଚ ତିଳୋତ୍ତମା ସୋହେଲା, ସହକାରୀ ଶିକ୍ଷକ ପ୍ରଫୁଲ୍ଲ ନାୟକ, ଶ୍ୟାମ ସୁନ୍ଦର ପଟେଲ, ପ୍ରଶାନ୍ତ ଦାସ ପ୍ରମୁଖ ମଞ୍ଚାସିନ ଥିଲେ। ପଲ୍ଲୀ ଭାରତୀ ୟୁଥ୍ କ୍ଲବ ସମ୍ବଲପୁର ଜିଲ୍ଲାର ଏକ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ହୋଇଥିବା ବେଳେ କଳାକାରଙ୍କ ଦ୍ୱାରା ସମ୍ବଲପୁରୀ ପ୍ରାଚୀନ ନୃତ୍ୟ କଳା ସଂସ୍କୃତି ଓ ନୃତ୍ୟ କଳାର ପ୍ରଦର୍ଶନ, ପ୍ରସାର ଓ ପ୍ରଚାର ନିମନ୍ତେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠାନ ତରଫରୁ ଆୟୋଜନ କରାଯାଉଛି। ଏହି ପରିପେକ୍ଷୀରେ ରେଙ୍ଗୋଲୋଇ ଉଚ୍ଚ ବିଦ୍ୟାଳୟରେ ବଡ ଧୁମଧାମରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପଲ୍ଲୀ ଭାରତୀ ୟୁଥ୍ କ୍ଲବର ଡାନ୍ସ ମାଷ୍ଟର୍ ଦିନେଶ କୁମାର ନାଏକଙ୍କ ତତ୍ତ୍ୱାବଧାନ ତଥା ପ୍ରଶିକ୍ଷଣରେ ଶୁଭ୍ରା ସୁମନ ଦୋରା, ମମତା କିସାନ, ସୁରଭି ସୁହୁଲା, ବୀଣା ଦେହୁରୀ ଏବଂ ଆଲୋକ ନାଗ ପ୍ରମୁଖ ସମେତ ବହୁ କଳାକାର ନୃତ୍ୟ ପରିବେଷଣ କରିଥିଲେ। ନୃତ୍ୟ ପରିବେଷଣ ଉପସ୍ଥିତ ଛାତ୍ରୀ ଛାତ୍ର, ଅଭିଭାବକ, ଅଭିଭାବିକା, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଜନସାଧାରଣଙ୍କୁ ବେଶ ବିମୋହିତ କରିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ