ଶ୍ରଦ୍ଧା ଓ ଭକ୍ତିର ସହ ଅନାବରଣ ହେଲା ପ୍ରଭୁ ପର୍ଶୁରାମଙ୍କ ଭବ୍ୟ ପ୍ରତିମୂର୍ତ୍ତି ।
ବଲାଙ୍ଗୀର,୧୯।୪: ଆଜି ବଲାଙ୍ଗିର ସହରରେ ଭଗବାନ୍ ପର୍ଶୁରାମଙ୍କ ଜୟନ୍ତୀ ଉତ୍ସବ ପାଳନ ହେଉଛି । ଏହି ଅବସରରେ ସ୍ଥାନୀୟ ବଲାଙ୍ଗୀର ଆର୍.ଟି.ଓ (RTO) ଛକରେ ପରିସରରେ ପ୍ରଭୁ ପର୍ଶୁରାମଙ୍କ ଏକ ଭବ୍ୟ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମ ଅତ୍ୟନ୍ତ ଆଡମ୍ବର ସହକାରେ ସମ୍ପନ୍ନ ହୋଇଯାଇଛି। ଶାସ୍ତ୍ରୀୟ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଓ ବୈଦିକ ମନ୍ତ୍ରୋଚାରଣ ମଧ୍ୟରେ ଏହି ପ୍ରତିମୂର୍ତ୍ତିଟି ଉନ୍ମୋଚିତ ହୋଇଛି, ଯାହା ଅଞ୍ଚଳରେ ଏକ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି କରିଛି। ପ୍ରତିମୂର୍ତ୍ତିକୁ ପ୍ରାରମ୍ଭରେ ପୂଜକମାନଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା ଥିଲା। ଏହାପରେ ଏହାକୁ ଓଡିଶାର ପୂର୍ବତନ ମନ୍ତ୍ରୀ ତଥା ରାଜ୍ଯସଭା ସାସଂଦ ଶ୍ରୀଯୁକ୍ତ ଅନଙ୍ଗ ଉଦୟ ସିଂହଦେଓ ପ୍ରତିମୂର୍ତ୍ତି ତଳେ ଥିବା ଫଳକରେ ଲାଗିଥିବା ପରଦା ହଟାଇ ଅନାବରଣ ତଥା ଉନ୍ମୋଚନ କରିଥିଲେ । ଏହି ସମୟର ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁଙ୍କ ସମେତ ବ୍ଲକ ଅଧ୍ୟକ୍ଷା ସରିତା ବାଗ ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ ଏବଂ ସ୍ଥାନୀୟ ବ୍ରାହ୍ମଣ ସମାଜର ସଭାପତି ସମେତ ସମସ୍ତ ନେତୃବୃନ୍ଦ କର୍ମକର୍ତ୍ତା ଓ ବରିଷ୍ଠ ନାଗରିକ ଉପସ୍ଥିତ ରହିଥିଲେ । ତେବେ ଆଜିଠାରୁ ଏହିଛକକୁ ପର୍ଶୁରାମ ଛକ ନାମରେ ନାମିତ କରାଯାଇଅଛି ।

