ଷଣ୍ଢପଥର ଏସପିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ; ରେଡ୍ ଆର୍ମି ବିଜୟୀ
ଜମନକିରା : ଜମନକିରା ବ୍ଲକ୍ ବଡରମା ପଞ୍ଚାୟତ ଷଣ୍ଢପଥର ଖେଳ ପଡ଼ିଆ ଠାରେ ଆଜି ଏସପିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇ ଯାଇଛି। ଗତ ୧୦ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ଆଜି ୯ମ ଦିନରେ ପହଞ୍ଚିଥିବା ବେଳେ ଆଜି ଅପରାହ୍ନ ସାଢେ଼ ୬ଟା ସମୟରେ ଖେଳ ସମାପ୍ତ ହୋଇ ଯାଇଛି। ଏଥିରେ ରେଡ୍ ଆର୍ମି ବିଜେତା ଘୋଷଣା ହୋଇଥିବା ବେଳେ ଉପ – ବିଜେତା ଭାବେ ଫାଇଟର ଏଲେଭେନ ଘୋଷଣା ହୋଇଥିଲା। ବିଜେତା ଦଳ ୧୦ ଓଭର ରେ ୮ ୱିକେଟ୍ ହରାଇ ୧୩୦ ରନ୍ ହାସଲ କରିଥିବା ବେଳେ ଉପ – ବିଜେତା ଦଳ ସମସ୍ତ ୱିକେଟ୍ ହରାଇ ୭୪ ରନ୍ କରି ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ସର୍ବ ମୋଟ ୮ ଟି ଦଳ ଅଂଶ ଗ୍ରହଣ କରିଥିଲେ। ଆଜିର ଉଦଯାପନୀ ଉତ୍ସବ ଏବଂ ଉଦଘାଟନୀ କ୍ରୀଡ଼ା ଉଭୟ ଉତ୍ସବରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ସମାଜ ସେବୀ ରବୀନ୍ଦ୍ର ପ୍ରସାଦ ଦାନୀ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ୱାର୍ଡ ସଭ୍ୟ ତନ୍ମୟ ପ୍ରଧାନ, ଦେବେନ୍ଦ୍ର କାଉ ଏବଂ ମହିନ୍ଦ୍ର ପଧାନ ପ୍ରମୁଖ ଉପସ୍ଥିତ ରହି ବିଜେତା ଓ ଉପ -ବିଜେତା ଦଳଙ୍କୁ ଟ୍ରଫି, ମାନପତ୍ର ସହ ନଗଦ ୧୦ ହଜାର ଟଙ୍କା ଏବଂ ଉପ -ବିଜେତା ଦଳଙ୍କୁ ୮ ହଜାର ଟଙ୍କା ପ୍ରଦାନ କରିଥିଲେ। ଏମ୍ପାୟାର ଭାବେ ଯୁଗଳ ସିଂ ଓ ସଞ୍ଜୟ ଭୋଇ ଖେଳ ପରିଚାଳନା କରିଥିଲେ। ଖେଳରେ ବେଷ୍ଟ ଅଫ ଦ ୱିକେଟ୍ ଟେକର ନିର୍ମଳ ସାହୁ ହୋଇଥିବା ବେଳେ ବେଷ୍ଟ ବେଟସ ମେନ୍ ସଞ୍ଜୟ ଭୋଇ( ସୁରୁ) ପୁରସ୍କୃତ ହୋଇଥିଲେ। ଖେଳର ଧାରା ବିବରଣୀ ଦାନିସ, କମଲ ଓ ନିର୍ମଳ ପ୍ରମୁଖ ପ୍ରଦାନ କରିଥିଲେ। ଷଣ୍ଢପଥର ୟୁଥ୍ କ୍ଲବ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସଭାପତି ମହମ୍ମଦ ଦାନିଶ ଖାନ୍, ପ୍ରଦୀପ ପଧାନ, କମଲ ମେହେର, ଦେବାଶିଷ ଘଟୁଆଳ, ଦୀପକ ନାଏକ, କାର୍ତ୍ତିକ ମାଝୀ, ବିକାଶ ଚନ୍ଦ୍ର ଦେହୁରୀ, ଦୁଷ୍ମନ୍ତ ପ୍ରଧାନ, କିଶୋର ପ୍ରଧାନ, ନିର୍ମଳ ସାହୁ, ଅଭିଷେକ ସେଠ୍ ପ୍ରମୁଖ ନେତୃତ୍ୱ ନେଇଥିଲେ।

