Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶୀତଳ ଷଷ୍ଠୀ ଯାତ୍ରା ଓ ଶଗଡ଼େଶ୍ବର ମହୋତ୍ସବ ପାଇଁ ଗଣ୍ଠିଲା ଫିଟା ଉତ୍ସବ ଅନୁଷ୍ଠିତ

ଜମନକିରା : ଜମନକିରା ବ୍ଲକ ଡିମିରିମୁଣ୍ଡା ପଞ୍ଚାୟତ ସ୍ଥିତ ଶଗଡେଶ୍ୱର ମନ୍ଦିରରେ ଆଜି ସୋମବାର ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପୂର୍ବାହ୍ନ ୧୦ ଘଟିକା ସମୟରେ ବାମଣ୍ଡା ଗଡ଼ଜାତର ସର୍ବ ପୁରାତନ ଶୈବପୀଠରେ ବାବା ଶଗଡ଼େଶ୍ବର ଓ ମାତା ପାର୍ବତୀଙ୍କ ଗଣ୍ଠିଲା ଫିଟା ଉତ୍ସବ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ବହୁ ସଂଖ୍ୟକ ଭକ୍ତ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଶଙ୍ଖ ଘଣ୍ଟ ହୁଳହୁଳି ଧ୍ୱନି ମଧ୍ୟରେ ଗଣ୍ଠଲା ଫିଟା ନୀତିକାନ୍ତି ସମ୍ପନ୍ନ ହୋଇଥିଲା। ବିଗତ ବର୍ଷର ବରକର୍ତ୍ତା ରବୀନ୍ଦ୍ର ନାରାୟଣ ପରିଡ଼ା ଓ ସହଧର୍ମିଣୀ ଗୀତାଞ୍ଜଳି ପରିଡ଼ା, କନ୍ୟାକର୍ତ୍ତା ଅକ୍ଷୟ ନାଏକ ଓ ସହଧର୍ମିଣୀ ପ୍ରଦାୟିନୀ ପଟେଲ ଏବଂ ଚଳିତ ବର୍ଷର ବର କର୍ତ୍ତା ମଣ୍ଟୁ ପଟେଲ ଓ ସହଧର୍ମିଣୀ ସଙ୍ଗୀତା ପଟେଲ, କନ୍ୟାକର୍ତ୍ତା ପ୍ରଭାସ ପଟେଲ ଓ ସହଧର୍ମିଣୀ ମୋନାଲିସା ନାୟକ ଉପସ୍ଥିତ ରହି ପିତା ମାତା ଭାବେ ପୂଜା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଗଣ୍ଠଲା ଫିଟା ପରେ ଚଳିତ ବର୍ଷର କର୍ତ୍ତା ଦ୍ବୟ ବିଧିବଦ୍ଧ ଭାବେ ଶିବ ପାର୍ବତୀଙ୍କ ପିତା ମାତା ହେବାର ସୌଭାଗ୍ୟ ପ୍ରାପ୍ତ ହେଲେ। ପୂଜକ ସୁଶାନ୍ତ ମହାପାତ୍ର ପୂଜାକାର୍ଯ୍ୟ ତୁଲାଇଥିଲେ। ସଂଯୋଜକ ମଳୟ ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଆସନ୍ତା ଜୁନ୍ ମାସ ୧୮ ଓ ୧୯ ତାରିଖରେ ହେବାକୁ ଥିବା ଶୀତଳ ଷଷ୍ଠୀ ଯାତ୍ରା ଓ ଶଗଡ଼େଶ୍ବର ମହୋତ୍ସବ- ୨୦୨୬ ଶାନ୍ତି ଶୃଙ୍ଖଳାର ସହିତ ସମାପନ ପାଇଁ ସମସ୍ତ ଭକ୍ତ ଶ୍ରଦ୍ଧାଳୁଙ୍କ ସହଯୋଗ କାମନା କରିଥିଲେ। ଶୀତଳ ଷଷ୍ଠୀ ଯାତ୍ରା ଓ ଶଗଡେଶ୍ବର ମହୋତ୍ସବ କମିଟୀର ସଭାପତି ନୃପଲାଲ ପଲେଇ, ମନ୍ଦିର ପରିଚାଳନା କମିଟିର ସଭାପତି ରୁଦ୍ର ନାରାୟଣ ବେହେରା, ସମ୍ପାଦକ ସୁମନ୍ତ ବେହେରା, କୋଷାଧ୍ୟକ୍ଷ ରତନ ଲାଲ ସି‍ଂହ, ସୁରଥ ନାୟକ, ନରେନ୍ଦ୍ର ପଲେଇ, ହିତେଶ ପଲେଇ, ମିଲନ ପଲେଇ, ଆଶିଷ ପଟେଲ, ପ୍ରତାପ ବେହେରା, ଆକାଶ ମହାକୁଳ, ସ୍ବରୂପ ରଥ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନୀତିକାନ୍ତି କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ