Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

IPL 2023 Final: ଆଜି ରିଜର୍ଭ ଡେରେ ବର୍ଷା ହେଲେ କେଉଁ ଦଳ ହେବ ଚାମ୍ପିଅନ ?

ଅହମ୍ମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୩ର ଫାଇନାଲ୍ ମୁକାବିଲା ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ମେ ୨୮ ଅର୍ଥାତ ଗତକାଲି ଖେଳା ଯିବାର ଥିଲା, ମାତ୍ର ବର୍ଷା ଯୋଗୁଁ ମୁକାବିଲାକୁ ରିଜର୍ଭ ଡେରେ ଆୟୋଜନ କରାଯାଉଛି। ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଟାଇଟଲ୍ ମୁକାବିଲା ହେବ। ତେବେ ସବୁଠୁ ବଡ଼ ପ୍ରଶ୍ନ ଯଦି ରିଜର୍ଭ ଡେରେ ଖେଳ ହୋଇ ନପାରିଲା ତେବେ ରେଜଲ୍ଟ କଣ ହେବ ? ଅହମ୍ମଦାବାଦରେ ଆଜି ମଧ୍ୟ ବର୍ଷାର ଆଶଙ୍କା ରହିଛି। ଏମିତିରେ ରିଜର୍ଭ ଡେରେ ମଧ୍ୟ ବର୍ଷାର କଳା ବାଦଲ ଛାଇ ରହିଛି।

ରିଜର୍ଭ ଡେରେ ଯଦି ବର୍ଷା ହୁଏ ତେବେ ଓଭର କଟାଯାଇପାରେ। ଯଦି ମ୍ୟାଚ୍ ଆରମ୍ଭ ହୋଇନପାରିଲା ତେବେ ସୁପର ଓଭରର ସାହାରା ନିଆଯିବ। ବର୍ଷା କାରଣରୁ ଯଦି ସୁପର ଓଭର ଖେଳା ଯାଇ ନ ପାରିଲା ତେବେ ପଏଣ୍ଟ ଟେବୁଲରେ ଶୀର୍ଷରେ ଥିବା ଗୁଜରାଟ ଟାଇଟନ୍ସକୁ ବିଜେତା ଘୋଷିତ କରି ଦିଆଯିବ। ଏହି ପରି ଗୁଜରାଟ ଟାଇଟନ୍ସ ନିଜର ଟାଇଟଲ ବଜାୟ ରଖି ପାରିବ। କିନ୍ତୁ ଦଳ ଏହିପରି ଚାମ୍ପିଅନ ହେବାକୁ ଚାହୁଁନି।

ପ୍ରଶଂସକଙ୍କ ପାଇଁ ଭଲ ଖବର ଯେ, ଅହମ୍ମଦାବାଦରେ ସୋମବାର ବର୍ଷା ଆଶଙ୍କା ରହିଥିଲେ ମଧ୍ୟ ଏହା ୪୭ ପ୍ରତିଶତ ରହିଛି, ତାହା ପୁଣି ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ରହିଛି। ଯଦି ଏମିତି ହୁଏ ତେବେ ମ୍ୟାଚ୍ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇ ପାରିବ ଏବଂ ଦର୍ଶକଙ୍କୁ ଦୁଇ ଦଳ ମଧ୍ୟରେ ରୋମାଞ୍ଚକର ମୁକାବିଲା ଦେଖିବାର ସୁଯୋଗ ମିଳିବ। ସିଏସକେ ପ୍ରଥମ କ୍ଵାଲିଫାୟରରେ ଗୁଜରାଟକୁ ହରାଇ ଫାଇନାଲରେ ପ୍ରବେଶ କରିଥିବା ବେଳେ ଗୁଜରାଟ୍ ଦ୍ଵିତୀୟ କ୍ଵାଲିଫାୟରରେ ମୁମ୍ବାଇକୁ ହରାଇ ଟାଇଟଲ୍ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ