Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋ ସମ୍ମାନ ଅଭିଯାନ: ଗୋମାତାଙ୍କୁ ‘ରାଷ୍ଟ୍ର ମାତା’ ମାନ୍ୟତା ଓ କେନ୍ଦ୍ରୀୟ ଆଇନ ପ୍ରଣୟନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦାବି ପତ୍ର ।

ବଲାଙ୍ଗୀର,୨୮।୪: ସମଗ୍ର ଭାରତବର୍ଷରେ ଗୋବଂଶର ସୁରକ୍ଷା ଏବଂ ଭାରତୀୟ ସ୍ୱଦେଶୀ ଗାଈଙ୍କୁ ଜାତୀୟ ମାନ୍ୟତା ପ୍ରଦାନ କରିବା ଦାବିରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ ପକ୍ଷରୁ ଏକ ଦାବି ପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି।
ସହରର ମୁଖ୍ୟ ମାର୍ଗ ଦେଇ ଗୋଟିଏ ରାଲିି ତହସିଲଦାର କାର୍ଯ୍ୟଳୟ ପହଞ୍ଚି ଥିଲେ । କଣ୍ଟାବାଞ୍ଜି ଅତିରିକ୍ତ ତହସିଲଦାର ରୌମ୍ୟ ରଞ୍ଜନ ରାଉତଙ୍କ ଜରିଆରେ ଏହି ଦାବୀପତ୍ର ପଠାଯାଇଥିବା ବେଳେ ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ସ୍ୱଦେଶୀ ଗୋ ବଂଶର ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର କେନ୍ଦ୍ରୀୟ ଆଇନ ପ୍ରଣୟନ କରିବାକୁ ଅନୁରୋଧ କରାଯାଇଛି। ଭାରତୀୟ ସଂସ୍କୃତି ଓ ସନାତନ ପରମ୍ପରାରେ ଗୋମାତାଙ୍କ ସ୍ଥାନ ସର୍ବୋପରି ହୋଇଥିବାରୁ ତାଙ୍କର ଯତ୍ନ ଓ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଗୋ-ପାଳନ ମନ୍ତ୍ରଣାଳୟ ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଛି ବୋଲି ଏହି ଅଭିଯାନ ପକ୍ଷରୁ ଦର୍ଶାଯାଇଛି। ବର୍ତ୍ତମାନର ସମୟରେ ଗୋବଂଶର ଦୁର୍ଦ୍ଦଶା, ଚୋରା ଚାଲାଣ ଏବଂ ଅତ୍ୟାଚାର ପ୍ରତି ଗଭୀର ଚିନ୍ତା ପ୍ରକଟ କରାଯାଇଛି। ଏହି ଦାବୀପତ୍ର ମାଧ୍ୟମରେ ସଂଘ ପକ୍ଷରୁ କୁହାଯାଇଛି ଯେ ଦେଶର ଗ୍ରାମୀଣ ଅର୍ଥନୀତି ଗୋବଂଶ ଉପରେ ନିର୍ଭରଶୀଳ। ଆତ୍ମନିର୍ଭର ଭାରତ ଗଠନ ପାଇଁ ଗୋ-ଆଧାରିତ ପ୍ରାକୃତିକ ଚାଷର ଗୁରୁତ୍ୱ ଅଧିକ ରହିଛି। ତେଣୁ ରାସାୟନିକ ମୁକ୍ତ କୃଷି ଏବଂ ସୁସ୍ଥ ସମାଜ ପାଇଁ ଗୋବଂଶର ବିକାଶ ଜରୁରୀ। ସର୍ବଭାରତୀୟ ସ୍ତରରେ ଗୋ-ସୁରକ୍ଷା ପାଇଁ ଦୃଢ଼ ପଦକ୍ଷେପ ନେଲେ ହିଁ ସନାତନ ସଂସ୍କୃତିର ମାନ ରକ୍ଷା ହୋଇପାରିବ ବୋଲି ଦାବୀପତ୍ରରେ ଉଲ୍ଲେଖ ରହିଛି। ଏହି ଅବସରରେ ଗୋ-ପ୍ରେମୀମାନେ ନିଜର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ଭାରତ ଭଳି ଏକ ପବିତ୍ର ଦେଶରେ ଗୋ-ହତ୍ୟା ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଲଜ୍ଜାଜନକ ବିଷୟ। ହିନ୍ଦୁ ବିଚାରଧାରାର ସରକାର ଥାଇ ମଧ୍ୟ ଯଦି ଗୋମାତା ଅସୁରକ୍ଷିତ ରୁହନ୍ତି ତେବେ ଏହା ସମସ୍ତ ଗୋ-ଭକ୍ତ ଓ ସାଧୁସନ୍ଥଙ୍କ ପାଇଁ ବଡ଼ ବେଦନାର ବିଷୟ ଅଟେ l ବିଭିନ୍ନ ଗୋ-ପ୍ରେମୀ, ସନ୍ଥ ସମାଜ ଏବଂ ସଚେତନ ନାଗରିକଙ୍କ ପକ୍ଷରୁ ଏହି ପଦକ୍ଷେପକୁ ସ୍ୱାଗତ କରାଯିବା ସହ ଶୀଘ୍ର ଏକ କେନ୍ଦ୍ରୀୟ ନିୟମ ଆଣିବାକୁ ଦାବୀ ହୋଇଛି। ଅଶୋକ ଛାପଡିଆ , ଲଳିତ ଅଗ୍ରୱାଲ , ରାଜୁ ଅଗ୍ରୱାଲ, ଅନୀଲ ରୁବି, ବଜରଙ୍ଗ ଝରବଳିଆ, ରାଜୁ ଶର୍ମା, ମନୋଜ ଚିନାଗୁନ୍ , ପ୍ରବୀଣ ଆର୍ଯ୍ୟ, ମହିଳା ଗୋ ରକ୍ଷକ ସବିତା ଅଗ୍ରୱାଲ, ନନ୍ଦିନୀ ପାଣ୍ଡେ, ସଂଗୀତା ଅଗ୍ରୱାଲ, ଅନିତା ବାଗ, ନେହା ଭରାସଗରୀଆ ପ୍ରମୁଖ ସହ ଶତାଧିକ ଗୋ ସେବକ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories