Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏକାଠି ହେଉ କୋର୍ଟ ଓ କଲେକ୍ଟରେଟ୍‌: ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କୁ ସ୍ମାରକପତ୍ର ପ୍ରଦାନ କଲା ଲୋକସେବା ମଞ୍ଚ କଣ୍ଟାବାଞ୍ଜି ।

ବଲାଙ୍ଗୀର, ୧୫।୫: ବଲାଙ୍ଗୀର ଜିଲ୍ଲାର ନୂତନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ (କଲେକ୍ଟରେଟ୍‌) ଏବଂ ସିଭିଲ୍ କୋର୍ଟକୁ ଗୋଟିଏ ପରିସର ମଧ୍ୟରେ ନିର୍ମାଣ କରିବା ପାଇଁ ଦାବି ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ‘ଲୋକସେବା ମଞ୍ଚ, ବଲାଙ୍ଗୀର’ ପକ୍ଷରୁ ଏକ ପ୍ରତିନିଧି ଦଳ ମାନ୍ୟବର କଣ୍ଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ଲକ୍ଷ୍ମଣ ବାଗଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ, ବର୍ତ୍ତମାନ ପ୍ରଶାସନ ପକ୍ଷରୁ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟକୁ ପୃଥକ ପୃଥକ ସ୍ଥାନରେ ନିର୍ମାଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି। ଯଦି ଏହି କାର୍ଯ୍ୟାଳୟଗୁଡ଼ିକ ଅଲଗା ସ୍ଥାନରେ ହୁଏ, ତେବେ ଦୂରଦୂରାନ୍ତରୁ ଆସୁଥିବା ସାଧାରଣ ଜନତା, ମହକିଲ ଏବଂ ଆଇନଜୀବୀମାନେ ଯାତାୟାତ କ୍ଷେତ୍ରରେ ପ୍ରବଳ ଅସୁବିଧାର ସମ୍ମୁଖୀନ ହେବେ। ପ୍ରଶାସନିକ ଏବଂ ନ୍ୟାୟିକ କାର୍ଯ୍ୟ ପାଇଁ ଲୋକଙ୍କୁ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଦୌଡ଼ିବାକୁ ପଡ଼ିବ, ଯାହା ସମୟ ଏବଂ ଅର୍ଥ ଉଭୟର ଅପଚୟ ଘଟାଇବ।
ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଦୁଇ ପ୍ରକଳ୍ପକୁ ଗୋଟିଏ ବୃହତ କମ୍ପ୍ଲେକ୍ସ ବା କ୍ୟାମ୍ପସ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ମଞ୍ଚ ପକ୍ଷରୁ ଅଧ୍ୟକ୍ଷ ଶ୍ରୀ ବାଗଙ୍କୁ ଅନୁରୋଧ କରାଯାଇଛି। ଏହାଦ୍ୱାରା ପ୍ରଶାସନିକ ସମନ୍ୱୟ ରକ୍ଷା ହେବା ସହ ସାଧାରଣ ଲୋକେ ଗୋଟିଏ ସ୍ଥାନରେ ସମସ୍ତ ସୁବିଧା ପାଇପାରିବେ।
ଏହି ସ୍ମାରକପତ୍ର ପ୍ରଦାନ ସମୟରେ ଲୋକସେବା ମଞ୍ଚ ବଲାଙ୍ଗୀରର ଆବାହକ ବାସୁଦେବ ପତିଙ୍କ ନେତୃତ୍ୱରେ ରତନ କୁମାର ମହାରଣା, ଭବାନୀ ଶଙ୍କର ଶତପଥୀ, ବୁଧିଆ ବାଗ, ରବିନାରାୟଣ ବହିଦାର ଏବଂ ସଞ୍ଜୟ କୁମାର ବଗର୍ତ୍ତୀଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories