Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗୀରରେ କାଳବୈଶାଖୀ ପ୍ରଭାବ: ଏସବିଆଇ ଏଟିଏମ୍ ସମ୍ମୁଖରେ ଗଛ ପଡ଼ି ବ୍ୟାଙ୍କିଙ୍ଗ୍ ସେବା ବାଧାପ୍ରାପ୍ତ

ବଲାଙ୍ଗୀର,୨୭।୫: ବଲାଙ୍ଗୀର ସହରରେ ଆଜି କାଳବୈଶାଖୀ ନିଜର ପ୍ରକୋପ ଦେଖାଇଛି। ବିଶେଷ କରି ତୁଳସୀନଗର ଭିଜିଲାନ୍ସ କାର୍ଯ୍ୟାଳୟ ନିକଟରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମ୍ ସମ୍ମୁଖରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ଗଛଟି ସିଧାସଳଖ ଏଟିଏମ୍ ପ୍ରବେଶ ପଥକୁ ଅବରୋଧ କରିଥିବାରୁ ଗ୍ରାହକମାନେ ଟଙ୍କା ଉଠାଣ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏହି ବ୍ୟସ୍ତବହୁଳ ଅଞ୍ଚଳରେ ଥିବା ଉକ୍ତ ଏଟିଏମ୍ ଉପରେ ଶତାଧିକ ଗ୍ରାହକ ନିର୍ଭର କରିଥାନ୍ତି। ଗଛଟି ଏଟିଏମ୍ ଗୃହ ସମ୍ମୁଖରେ ପଡ଼ିଥିବାରୁ କାରବାର ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଗ୍ରାହକମାନେ ଏଟିଏମ୍ ଭିତରକୁ ଯିବା ଅସମ୍ଭବ ହୋଇପଡ଼ିଛି, ଯାହା ଫଳରେ ଜରୁରୀକାଳୀନ ଆବଶ୍ୟକତା ପାଇଁ ଟଙ୍କା ପାଇବାରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଏଟିଏମ୍ ସମ୍ମୁଖରେ ଗଛ ଓ ତାର ଗୁଡ଼ିକ ଛନ୍ଦି ହୋଇ ପଡ଼ିଥିବାରୁ ଏହା ବିପଦଜନକ ପରିସ୍ଥିତି ସୃଷ୍ଟି କରିଛି। ଏଥିସହ
ଏଟିଏମ୍ ବେଶ ପଥ ସମ୍ପୂର୍ଣ୍ଣ ବନ୍ଦ ରହିଛି।
ସ୍ଥାନୀୟ ବାସିନ୍ଦା ଓ ବ୍ୟାଙ୍କ ଗ୍ରାହକମାନେ ଏହି ଗଛକୁ ତୁରନ୍ତ ହଟାଇବା ପାଇଁ ପ୍ରଶାସନିକ ସହଯୋଗ ଲୋଡ଼ିଛନ୍ତି। ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରାଗଲେ ବ୍ୟାଙ୍କିଙ୍ଗ୍ ସେବା ସ୍ୱାଭାବିକ ହୋଇପାରିବ ବୋଲି ଆଶା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories