Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗୀରରୁ ବିପୁଳ ପରିମାଣର କଫ୍ ସିରପ୍ ଜବତ: ୫ ଅଭିଯୁକ୍ତ ଗିରଫ

ବଲାଙ୍ଗୀର,୭।୬: ବଲାଙ୍ଗୀର ସହରରେ ବେଆଇନ ନିଶା କାରବାର ବିରୋଧରେ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ସ୍ମାର୍ଟ ପାର୍କ ନିକଟସ୍ଥ ବାଇପାସ୍ ରାସ୍ତାରୁ ଟାଉନ୍ ଥାନା ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ନିଶା ଜାତୀୟ କଫ୍ ସିରପ୍ ଜବତ କରିବା ସହ ଏହି ବେଆଇନ କାରବାରରେ ସମ୍ପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗୀର ଟାଉନ୍ ଥାନା ପୋଲିସ କୌଣସି ସୂତ୍ରରୁ ଖବର ପାଇ ସ୍ମାର୍ଟ ପାର୍କ ନିକଟ ବାଇପାସ୍ ରୋଡ୍‌ରେ ଛକି ରହିଥିଲା। ଏହି ସମୟରେ ବେଆଇନ ଭାବେ ଚାଲାଣ କରାଯାଉଥିବା ପ୍ରାୟ ୯ ଶହ ବୋତଲ ନିଶା ଜାତୀୟ କଫ୍ ସିରପ୍‌କୁ ପୋଲିସ ଜବତ କରିବାରେ ସଫଳ ହୋଇଥିଲା। ଏହି ଘଟଣାରେ ସେହି ସ୍ଥାନରେ ଥିବା ୫ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପୋଲିସ କାବୁ କରିଥିଲା ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କୁ ଗିରଫ କରାଯାଇଛି।
ଏହି ସଫଳ ଚଢ଼ାଉ ପରେ ଜବତ କଫ୍ ସିରପ୍‌କୁ ବଲାଙ୍ଗୀର ଟାଉନ୍ ଥାନା ପରିସରକୁ ଅଣାଯାଇ ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ କରାଯାଇଛି। ପୋଲିସ ଏହି ନିଶା କାରବାରର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ଏବଂ ଏଥିରେ ଆଉ କେଉଁମାନେ ସାମିଲ ଅଛନ୍ତି, ସେ ନେଇ ଅଧିକ ତଦନ୍ତ ଜାରି ରଖିଛି। ସହରରେ ଦିନକୁ ଦିନ ବଢ଼ି ଚାଲିଥିବା ଏଭଳି ବେଆଇନ ନିଶା କାରବାର ଉପରେ ପୋଲିସର ଏହି ଆକସ୍ମିକ ଚଢ଼ାଉ ସ୍ଥାନୀୟ ଅଞ୍ଚଳରେ ଅପରାଧୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିବା ବେଳେ ବୁଦ୍ଧିଜୀବୀ ମହଲରେ ପୋଲିସର ଏହି ପଦକ୍ଷେପକୁ ସ୍ୱାଗତ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories