Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେଶିଲ ପ୍ରାଥମିକ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପିତ: ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ରୂପାନ୍ତରଣର ଶୁଭାରମ୍ଭ ।

ବଲାଙ୍ଗୀର, ୮।୬: ଓଡ଼ିଶାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ବିଟାବନ୍ଧ କ୍ଲଷ୍ଟର ତଥା ମାଲଶିରା ପଞ୍ଚାୟତର ଦେଶିଲ ଗ୍ରାମ ପ୍ରାଥମିକ ବିଦ୍ୟାଳୟର ରୂପାନ୍ତରଣ ନିମନ୍ତେ ଗତ ରବିବାର ଦିନ ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଯାଇଛି। ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭିଡିଓ କନଫରେନ୍ସିଂ ଜରିଆରେ ଏହି ବିଦ୍ୟାଳୟକୁ “ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ” ଭାବେ ରୂପାନ୍ତରିତ କରି ଏହାର ଶୁଭ ଶିଳାନ୍ୟାସ କରିଛନ୍ତି।
ଏହି ସ୍ମରଣୀୟ ଅବସରରେ ବିଦ୍ୟାଳୟ ପରିସରରେ ଏକ ସ୍ଵତନ୍ତ୍ର ସଭାର ଆୟୋଜନ କରାଯାଇଥିଲା। ଏହି ଭବ୍ୟ କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀମାନେ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ। ସେମାନଙ୍କ ମଧ୍ୟରେ କଣ୍ଟାବାଞ୍ଜି ବିଧାୟକଙ୍କ ବ୍ଲକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ମୁରିବାହାଲ ତହସିଲଦାର ଜଗଦୀଶ କର୍ତ୍ତାମୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୋଦଣ୍ଡଧର ଭୋଇ, ମାଲଶିରା ସରପଞ୍ଚ ଦେବରାଜ ପାତ୍ର, ମାଲଶିରା ହାଇସ୍କୁଲ ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ବାଗ ଏବଂ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅର୍ଜୁନ ଛୁରା ପ୍ରମୁଖ ଯୋଗ ଦେଇଥିଲେ।
ଏହା ସହିତ ପୂର୍ବତନ ସରପଞ୍ଚ ଡୋଲାମଣୀ ବାଗ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୁପ୍ତେଶ୍ୱର ଟାକ୍ରୀ , ବିଟାବନ୍ଧ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଲକ୍ଷପତି ହରପାଲ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରଘୁନାଥ ତାଣ୍ଡି ଓ ମଣ୍ଡଳ ସଭାପତି ସୁବାସ ପୋଢ଼ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ। ବାଙ୍କୁପଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଲିଲୁ ମୋହନ ପଧାନ ଅତି ସୁନ୍ଦର ଭାବେ ମଞ୍ଚ ସଂଯୋଜନା ଦାୟିତ୍ଵ ତୁଲାଇଥିଲେ।
ଗ୍ରାମର ଏହି ପ୍ରେରଣାଦାୟୀ ଶିକ୍ଷାନୁଷ୍ଠାନର ଉନ୍ନତିକରଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଗ୍ରାମର ସମସ୍ତ ଭଦ୍ରବ୍ୟକ୍ତି, ମହିଳା, ପୁରୁଷ ଏବଂ ଉତ୍ସାହିତ କୁନିକୁନି ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଏହି ଆଦର୍ଶ ବିଦ୍ୟାଳୟ ଆଗାମୀ ଦିନରେ ଅଞ୍ଚଳର ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ