Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଣିପାଗ ଦେଖି WTC ଫାଇନାଲ୍ ପାଇଁ ଭାରତର ପ୍ଲେଇଙ୍ଗ XI ଚୟନ କଲେ କାର୍ତ୍ତିକ, ଅଶ୍ଵିନଙ୍କୁ ବାହାରେ ରଖିଲେ

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଲଣ୍ଡନର ଦ ଓଭାଲର ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ ମୁକାବିଲା। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏହି ମହାମୁକାବିଲା ଖେଳାଯିବ। ଭାରତ କ୍ରମାଗତ ଦ୍ଵିତୀୟ ଥର ଡବ୍ଲ୍ୟୁଟିସି ଫାଇନାଲ୍ ଖେଳୁଥିବା ବେଳେ ଅଷ୍ଟ୍ରେଲିଆ ପ୍ରଥମ ଥର ଫାଇନାଲରେ ପହଞ୍ଚିଛି। ଭାରତ ଗତ ଫାଇନାଲର ପରାଜୟରୁ ଉଚିତ୍ ଶିକ୍ଷା ନେଇ ଏଥର ଚାମ୍ପିଅନ ହେବାକୁ ଲକ୍ଷ୍ୟ ରଖିଛି। ତେଣୁ ଦଳକୁ ପାଣିପାଗ ଏବଂ ପିଚକୁ ଦେଖି ଚୂଡାନ୍ତ ଏକାଦଶ ଚୟନ କରିବାକୁ ପଡ଼ିବ। ପୁଣି ଲଣ୍ଡନରେ ବର୍ଷାର କୌଣସି ଭରସା ନାହିଁ। ତେବେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଡବ୍ଲ୍ୟୁଟିସି ଫାଇନାଲର ପ୍ରଥମ ୩ ଦିନ ବର୍ଷା ହେବାର ଆଶଙ୍କା କମ ରହିଛି। କିନ୍ତୁ ଶେଷ ୨ ଦିନରେ ବର୍ଷା ହେବାର କିଛିଟା ସମ୍ଭାବନା ରହିଛି। ଏମିତି ସ୍ଥିତିକୁ ଦୃଷ୍ଟିରେ ରଖି ଡବ୍ଲ୍ୟୁଟିସି ଫାଇନାଲ୍ ପାଇଁ କମେଣ୍ଟ୍ରି ପ୍ୟାନେଲର ଅଂଶ ଥିବା ଦିନେଶ କାର୍ତ୍ତିକ ନିଜର ଚୂଡାନ୍ତ ଏକାଦଶ ଚୟନ କରିଛନ୍ତି।

କାର୍ତ୍ତିକଙ୍କ ଚୂଡାନ୍ତ ଏକାଦଶରେ ରବିଚନ୍ଦ୍ରନ ଅଶ୍ଵିନଙ୍କୁ ସ୍ଥାନ ମିଳିନାହିଁ। ଇଶାନ କିଷନଙ୍କ ବଦଳରେ ସେ କେଏସ ଭରତଙ୍କୁ ଦଳରେ ରଖିଛନ୍ତି। କାର୍ତ୍ତିକ ଟୁଇଟ୍ କରି ଲେଖିଛନ୍ତି, ମୋ ମତରେ ଭାରତକୁ ଏମିତି ଚୂଡାନ୍ତ ଏକାଦଶ ଚୟନ କରିବା ଉଚିତ୍। ରୋହିତ ଶର୍ମା, ଶୁଭମନ ଗିଲ୍, ଚେତେଶ୍ଵର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ରବୀନ୍ଦ୍ର ଜାଡ଼େଜା, କେଏସ ଭରତ, ଶାର୍ଦ୍ଦୁଳ ଠାକୁର, ଉମେଶ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ। ଏବେ ଲଣ୍ଡନ ଆକାଶରେ ବାଦଲ ରହିଛି ଏବଂ ପାଗ ଥଣ୍ଡା ମଧ୍ୟ ରହିଛି। ଦିନ ଆଗକୁ ଗଡିବା ସହ ସ୍ଥିତି ଅନୁକୂଲ ରହିପାରେ।

ଦିନେଶ କାର୍ତ୍ତିକ ଚୂଡାନ୍ତ ଏକାଦଶରେ ୩ଟି ଜିନିଷ ଦେଖିବାକୁ ମିଳିଛି। ସେ ସ୍ପିନ ଅଲରାଉଣ୍ଡର ରବି ଚନ୍ଦ୍ରନ ଅଶ୍ଵିନଙ୍କ ସ୍ଥାନରେ ଦ୍ରୁତ ବୋଲର ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁରଙ୍କ ସହ ଯିବାକୁ ପସନ୍ଦ କରିଛନ୍ତି। ଓ୍ଵିକେଟ୍ କିପର ବ୍ୟାଟର ହିସାବରେ ସେ କେଏସ ଭରତ ଉପରେ ଅଧିକ ଭରସା ପ୍ରକାଶ କରିଛନ୍ତି। ସେହିପରି ଜୟଦେବ ଉନାଦକତ ଏବଂ ଉମେଶ ଯାଦବଙ୍କ ମଧ୍ୟରୁ ସେ ଉମେଶଙ୍କୁ ଚୟନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ