Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରୋହିତ ଏବଂ ଦ୍ରାବିଡ଼ଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଲେ ଗାଙ୍ଗୁଲି, କହିଲେ- କିଏ କହିଛି…

ନୂଆଦିଲ୍ଲୀ: ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ୨୦୨୧-୨୩ର ଫାଇନାଲ୍ ମ୍ୟାଚ୍ ଲଣ୍ଡରନ ଦ ଓଭାଲ ପଡିଆରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଛି। ପ୍ରଥମ ଦୁଇ ଦିନର ଖେଳ ସରିଥିବା ବେଳେ ଅଷ୍ଟ୍ରେଲିଆର ପଲ୍ଲା ଭାରି ରହିଛି। ଭାରତ ଟସ୍ ଜିତି ଅଷ୍ଟ୍ରେଲିଆକୁ ପ୍ରଥମେ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲା। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୬୯ ରନ କରିଥିବା ବେଳେ ଭାରତ ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ୫ ଓ୍ଵିକେଟ୍ ହରାଇ ୧୫୧ ରନ କରିଛି। ଏହି ମ୍ୟାଚରେ ରବିଚନ୍ଦ୍ରନ ଅଶ୍ଵିନଙ୍କୁ ସାମିଲ୍ କରାଯାଇ ନାହିଁ। ତେଣୁ ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ଉପରେ ପ୍ରଶ୍ନ ଉଠୁଛି।

ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ଅଧ୍ୟକ୍ଷ ରହି ସାରିଥିବା ସୌରଭ ଗାଙ୍ଗୁଲି ମଧ୍ୟ ରୋହିତ ଏବଂ ଦ୍ରାବିଡ଼ଙ୍କ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଗାଙ୍ଗୁଲି କହିଛନ୍ତି କିଏ କହିଛି ଯେ, ଅଫ ସ୍ପିନରଙ୍କୁ ଘାସ ଥିବା ପିଚରେ ଖେଳାଇବା ଉଚିତ୍ ନୁହେଁ। ନାଥନ ଲାୟନ ୪୦୦ରୁ ଅଧିକ ଓ୍ଵିକେଟ୍ ନେଇ ସାରିଛନ୍ତି। ଆର ଅଶ୍ଵିନଙ୍କ ପରି ମ୍ୟାଚ୍ ବିଜୟୀ ବୋଲରଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ ନକରି ଭାରତ ଭୁଲ୍ କରିଛି। କାରଣ ଜାଡ଼େଜାଙ୍କୁ ଅନ୍ୟପଟୁ କୌଣସି ସପୋର୍ଟ ମିଳୁନାହିଁ। ଜାଡ଼େଜା ଗୋଟିଏ ପାର୍ଶ୍ଵରେ ଚାପ ପକାଉଥିବା ବେଳେ ଅନ୍ୟପଟୁ ରନ ଆସୁଥିଲା, ତେଣୁ ଅଷ୍ଟ୍ରେଲିଆ ଉପରେ ଚାପ ପକାଇବାରେ ଭାରତ ବିଫଳ ରହିଛି।

ଗାଙ୍ଗୁଲି କହିଛନ୍ତି, ମନେ ରଖନ୍ତୁ ଅଶ୍ଵିନ କେବଳ ଉପମହାଦେଶୀୟ ପିଚରେ ଓ୍ଵିକେଟ୍ ନେଇ ନାହାନ୍ତି ବରଂ ଅଷ୍ଟ୍ରେଲିଆ ପରି ପିଚରେ ବି ଓ୍ଵିକେଟ୍ ନେଇଛନ୍ତି। ମୋ ମତରେ ସବୁଜ ପିଚରେ ଅଶ୍ଵିନ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାନ୍ତେ। ମୋ ହିସାବରେ ସେ ସର୍ବକାଳୀନ ମହାନ ଖେଳାଳି। ଗାଙ୍ଗୁଲିଙ୍କ ବ୍ୟତୀତ ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର ମଧ୍ୟ ଆର ଅଶ୍ଵିନଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ ନ କରାଯିବା ଉପରେ ନିଜର ଅସନ୍ତୋଷ ପ୍ରକଟ୍ କରି ସାରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ