Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରୋହିତ, ଗିଲ୍, ପୂଜାରା ଏବଂ କୋହଲି ମିଶି କଲେ ଲଜ୍ଜାଜନକ ରେକର୍ଡ, ଭାରତୀୟ ଇତିହାସରେ ପ୍ରଥମ

ନୂଆଦିଲ୍ଲୀ: ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଦ୍ଵିତୀୟ ସଂସ୍କରଣର ଫାଇନାଲ୍ ମୁକାବିଲାରେ ବ୍ୟାକଫୁଟରେ ଭାରତ। ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୪୬୯ ରନ ଜବାବରେ ଭାରତ ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ୫ ଓ୍ଵିକେଟ୍ ହରାଇ ମାତ୍ର ୧୫୧ ରନ କରିଛି। ଆଉଟ୍ ହୋଇଥିବା ୫ ବ୍ୟାଟର ହେଉଛନ୍ତି ରୋହିତ ଶର୍ମା, ଶୁଭମନ ଗିଲ୍, ଚେତେଶ୍ଵର ପୂଜାରା, ବିରାଟ କୋହଲି ଏବଂ ରବୀନ୍ଦ୍ର ଜାଡ଼େଜା। ଭାରତ ଏବେ ବି କଙ୍ଗାରୁ ଦଳଠୁ ୩୧୮ ରନ ପଛରେ ରହିଛି ଏବଂ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ବହୁତ ମୁସ୍କିଲ ଲାଗୁଛି। ଭାରତୀୟ ଦଳର ଏମିତି ସ୍ଥିତି ପାଇଁ ବ୍ୟାଟର ଦାୟୀ। ଏହି ସମୟରେ ଟିମ୍ ଇଣ୍ଡିଆର ଶୀର୍ଷ ୪ ବ୍ୟାଟର ମିଶି ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି, ଯାହା ଭାରତୀୟ ଟେଷ୍ଟ ଇତିହାସରେ ପ୍ରଥମ ଥର ଦେଖିବାକୁ ମିଳିଛି।

ଷ୍ଟ୍ରେଲିଆ ବିପକ୍ଷ ଡବ୍ଲ୍ୟୁଟିସି ଫାଇନାଲରେ ରୋହିତ ଶର୍ମା ସମେତ ଶୁଭମନ ଗିଲ୍, ଚେତେଶ୍ଵର ପୂଜାରା ଏବଂ ବିରାଟ କୋହଲି ସମସ୍ତଙ୍କୁ ଭଲ ଆରମ୍ଭ ମିଳିଥିଲେ ହେଁ କେହି କ୍ରିଜରେ ଅଧିକ ସମୟ ତିଷ୍ଠି ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି। ରୋହିତ ଶର୍ମା ୨୬ ବଲରୁ ୧୫, ଶୁଭମନ ଗିଲ୍ ୧୫ ବଲରୁ ୧୩, ଚେତେଶ୍ଵର ପୂଜାରା ୨୫ ବଲରୁ ୧୪ ଏବଂ ବିରାଟ କୋହଲି ୩୧ ବଲରୁ ୧୪ ରନ କରି ପାଭିଲିୟନ ଫେରିଥିଲେ। ଭାରତୀୟ ଟେଷ୍ଟ କ୍ରିକେଟ୍ ଇତିହସରେ ପ୍ରଥମ ଥର ଟପ୍-୪ ବ୍ୟାଟର ଦୁଇ ଅଙ୍କ ଛୁଇଁଥିଲେ ହେଁ କେହି ୨୦ରୁ ଉର୍ଦ୍ଧ୍ଵ ରନ କରି ପାରି ନାହାନ୍ତି। ଡବ୍ଲ୍ୟୁଟିସି ଫାଇନାଲରେ ଭାରତ ଏମିତି ଅଲୋଡ଼ା ରେକର୍ଡ କରିଛିଟ

ଶୁଭମନ ଗିଲ୍ ଏବଂ ଚେତେଶ୍ଵର ପୂଜାରା ଯେଉଁଠି ବଲ୍ ଛାଡ଼ିବା ପ୍ରୟାସରେ ଆଉଟ୍ ହୋଇଛନ୍ତି ସେଠି ରୋହିତ ଶର୍ମା ପାଟ୍ କମିନ୍ସଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଛନ୍ତି। ବଡ଼ ମ୍ୟାଚରେ ଭାରତୀୟ ଟପ୍ ଅର୍ଡର ପ୍ରଥମ ଥର ଏମିତି ନିରାଶଜକନ ପ୍ରଦର୍ଶନ କରି ନାହାନ୍ତି। ଗତ ଅନେକ ବର୍ଷ ଧରି ଭାରତୀୟ ଦଳର ଏମିତି ପ୍ରଦର୍ଶନ ଦେଖିବାକୁ ମିଳିଛି। ଯେବେ କୌଣସି ବଡ଼ ମ୍ୟାଚ୍ ଖେଳାଗଲେ ଭାରତୀୟ ବ୍ୟାଟର ସବୁ ବେଳେ ନିରାଶ କରିଛନ୍ତି।