ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ବିରିପଟା ଗ୍ରାମରେ ଘଟିଯାଇଛି ଏକ ହୃଦୟ ବିଦାରକ ଘଟଣା| ଗ୍ରାମର ଗୌତମ ମଲିକଙ୍କ ବଡ଼ ପୁଅ ସୁମନ (13 ବର୍ଷ) ଦିନ 12.30ରେ ନିଜ ଘର ପାଖରେ ଥିବା ଏକ ଜାମୁକୋଳି ଗଛରୁ କୋଳି ତୋଳୁଥିବା ବେଳେ ଡାଳ ଭାଙ୍ଗିଯିବାରୁ ତଳେ ଥିବା କଂକ୍ରିଟ ରାସ୍ତାରେ ପଡି ମୁଣ୍ଡ ଓ ହାତ ଗଭୀର ଆଘାତ ହୋଇଥିଲା| କପାଳଟି ଢଳାଇରେ ମାଡ଼ ହେବାରୁ ପ୍ରବଳ ରକ୍ତ ସ୍ରାବ ହେବା ସହ ହାତ ଏବଂ କାନ, ଗାଲ ଆଦିରେ ମଧ୍ୟ ଆଘାତର ଚିହ୍ନ ପରିଲକ୍ଷିତ ହୋଇଥିଲା| ଘର ଲୋକେ ତୁରନ୍ତ ସୁମନକୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଣିଥିଲେ ଯେଉଁଠାରେ ଡାକ୍ତର ସୁମନକୁ ମୃତ ଘୋଷଣା କରିଥିଲେ|