Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତରଭା ଡାକ୍ତରଖାନାରେ ସାମୁହିକ ଔଷଧ ସେବନ ବୈଠକ

ତରଭା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରର ବୈଠକ ପ୍ରକୋଷ୍ଠରେ ବାତଜ୍ଵର ଉପରେ ସାମୁହିକ ଔଷଧ ସେବନ ସମ୍ପର୍କିତ ବ୍ଲକ୍ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ତହସିଲଦାର କିର୍ତିଚନ୍ଦ୍ର ପ୍ରଧାନ ସଭାପତିତ୍ବ କରିଥିବା ବେଳେ , ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ବିଜୟ କୁମାର ନନ୍ଦ , ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ସତ୍ୟନାରାୟଣ ମହାପାତ୍ର ତଥା ସ୍ଥାନୀୟ ଏ ଇ ଏସ ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ମିନତି ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଭାରପ୍ରପ୍ତ ଅଧିକ୍ଷକ ଭାବେ ଡା ଐଶ୍ୱର୍ୟା ମିଶ୍ର ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଗୋଷ୍ଠୀ କାର୍ଯ୍ୟକ୍ରମ ସମ୍ପ୍ରସାରଣ ଅଧିକାରୀ ଅଶୋକ ମିଶ୍ର ପରିଚାଳନା କରିଥିବା ବେଳେ ଜିଲ୍ଲାରୁ ଆସିଥିବା ଜିଲ୍ଲା ରୋଗବାହକ ପରାମର୍ଶଦାତା ଚନ୍ଦ୍ରଶେଖର ମିଶ୍ର ଏବଂ ଯୋବକିମ୍ସନ୍ ପ୍ରଧାନ ସାମୁହିକ ଔଷଧ ସେବନ କାର୍ଯକ୍ରମ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଉକ୍ତ କାର୍ଯକ୍ରମ ମାଧ୍ୟମରେ ଅଗଷ୍ଟ ୧୦ ରୁ ୧୯ ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ଡେ଼କ , ଆଲବେଣ୍ଡାଜୋଲ ଓ ଇଭର୍ମେକ୍ଟିନ ସେବନ କରାଇବାକୁ ଔଷଧ ପ୍ରଦାନକାରି ମାନେ ଘରଘର ବୁଲି ଖୁଆଇବେ ବୋଲି ସୂଚନା ଦେଇଥିଲେ। ବୈଠକରେ ସମସ୍ତ ସ୍ବାସ୍ଥ୍ୟ ପରିଦର୍ଶକ,ପିଏଚଇଓ , ବିଜ୍ଞାପିତ ଅଞ୍ଚଳ ପରିଷଦର ହରିହର ଭୋଇ, ଡ଼ା ତନୁଶ୍ରୀ ମଜୁମଦାର, ତାପସ ରଂଜନ ପଣ୍ଡା, ତିଳୋତ୍ତମା ବରିହା ପ୍ରମୁଖ ଉପସ୍ଥିତ ରହି ନିଜ ମତାମତ ରଖିଥିଲେ। ପରିଶେଷରେ ଅଶୋକ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଦେବେନ୍ଦ୍ର, ପ୍ରଶାନ୍ତ ଓ ଶ୍ରୀକାନ୍ତ ସହଯୋଗ କରିଥିଲେ।