ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସଦର ସ୍ଥିତ ଗଣ୍ଡାବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପୋଷାକ ବିତରଣ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ହରି ଚରଣ ପାଲ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ନାରାୟଣ ହରିପାଲ ଅଧ୍ୟକ୍ଷତା କରିଥିଲେ l ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ବିଜୟାଲଷ୍ମୀ ତରାଇ ଯୋଗ ଦେଇଥିବାବେଳେ ଉଲୁଣ୍ଡା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ରଶ୍ମିତା ଭୋଇ, ଉଲୁଣ୍ଡା ଗୋଷ୍ଠୀ ଶିକ୍ଷାକେନ୍ଦ୍ର କାର୍ଯ୍ୟାଳୟ ର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜନାର୍ଦ୍ଦନ ସାହୁ , ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ରାଜେଶ କୁମାର ମେଣ୍ଡେଲି , ମୋ ସ୍କୁଲ ଅଭିଯାନ ର ସଭାପତି ଶ୍ରୀଯୁକ୍ତ ବୈଷ୍ଣବ ଚରଣ ତରାଇ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ I କମିଟି ସଦସ୍ୟ ଶ୍ରୀଯୁକ୍ତ ପଦ୍ମଲୋଚନ ଭୋଇ , ରାଜେଶ ସୁନା ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହିତ ପରିଚାଳନା କମିଟି ସଦସ୍ୟ ସଦସ୍ୟା ବୃନ୍ଦ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ l ଅତିଥି ମାନେ ବୃକ୍ଷ ହିଁ ଜୀବନ ଏବଂ ଆମମାନଙ୍କୁ ପାଣି ଓ ପବନ ଦେବାସହ ବୃକ୍ଷ ରୋପଣ ର ଉପକାରିତା ବିଷୟରେ କହିଥିଲେ I ବିଦ୍ୟାଳୟ ପରିସରରେ ସମସ୍ତେ ଗୋଟିଏ ଗୋଟିଏ ଚାରା ରୋପଣ କରିଥିଲେ I ଏ ଅବସରରେ ଏକ ସଚେତନତା ରାଲି ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଅନୁଷ୍ଠିତ ହୋଇ ଥିଲା I
ଗଣ୍ଡା ବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
