Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶିଷ୍ଟ ସମ୍ବଲପୁରୀ ସାହିତ୍ୟିକ ଭବାନୀ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର:ସିଦ୍ଧେଶ୍ଵରୀ ଧର୍ମ ସ୦ସଦ, ସମ୍ବଲପୁର ପକ୍ଷରୁ ସଭାପତି ଗୋପୀନାଥ ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ମୁଦିପଡାର ଜୀବନ କ୍ଲବରେ ୧୯-୭-୨୦୨୩ଅପରାହ୍ନ ୪ଘଣ୍ଟା ୩୦ ମିନିଟରେ ବିଶିଷ୍ଟ ସମ୍ବଲପୁରୀ ସାହିତ୍ୟିକ ଭବାନୀ ଶଙ୍କର ପ୍ରଧାନଙ୍କ ବିୟୋଗରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା।ସ୍ବର୍ଗତ ପ୍ରଧାନଙ୍କ ଅମର ଆତ୍ମାର ସଦ୍ ଗତି ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ସମ୍ପାଦକ ସୁଶାନ୍ତ କୁମାର ପଣ୍ଡା ସ୍ବର୍ଗତ ପ୍ରଧାନଙ୍କ ସାହିତ୍ୟିକ ଜୀବନ ଉପରେ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏହି ଶୋକସଭାରେ ସର୍ବଶ୍ରୀ ଜନ୍ମେଜୟ ବାବୁ , ଶଙ୍କର୍ଷଣ ଆଚାର୍ଯ୍ୟ, ଦିଲୀପ ପୃଷ୍ଟି,ସୂରଜ କୁମାର ପ୍ରଧାନ, ଜୟନ୍ତ କୁମାର ପ୍ରଧାନ ଓ ମନୋଜ କୁମାର ଦାସ ପ୍ରମୁଖ ସ୍ବର୍ଗତ ପ୍ରଧାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।