ଲକ୍ଷାଧିକ ଟଙ୍କା ଆତ୍ମସାତ କରି ଫେରାର ଥିବା ପ୍ରଧାନ ଶିକ୍ଷୟିତ୍ରୀ ଗିରଫ


ବେଲଗୁଣ୍ଠା, 27/07,ବେଲଗୁଣ୍ଠା ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟରେ 2015 ରୁ 2017 ପର୍ଯ୍ୟନ୍ତ ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ୱରେ ଥିଲେ ଶାନ୍ତିଲତା ସାହୁ I ସେହି ସମୟରେ କାର୍ଯ୍ୟରତ ତିନିଜଣ କର୍ମଚାରୀଙ୍କୁ ସେମାନଙ୍କ ବକେୟା ଅର୍ଥ ନ ଦେଇ ଚଞ୍ଚକତା କରି 7 ଲକ୍ଷ 12 ହଜାର 730 ସାତସହ ତିରିଶି ଟଙ୍କା ଆତ୍ମସାତ୍ କରିଥିଲେ I ଏନେଇ ଗଞ୍ଜାମ ଜିଲ୍ଳା ଶିକ୍ଷା ଅଧିକାରୀ ବିନୀତା ସେନାପତି ବେଲଗୁଣ୍ଠା ଥାନାରେ ଏତଲା ଦାୟର କରିଥିଲେ I ଶିକ୍ଷା ଅଧିକାରୀଙ୍କ ଏତଲା ପ୍ରକାରେ ବେଲଗୁଣ୍ଠା ଥାନାରେ 271/23 ରେ ଏକ ମାମଲା ରୁଜୁ କରାଯାଇ ନିଜେ ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ଘଟଣାର ତଦନ୍ତ କରୁଥିଲେ I ତଦନ୍ତରୁ ପଇସା ହେରଫେର ଘଟଣା ଥାନା ଅଧିକାରୀ ଜାଣିବା ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି କରିଥିଲେ I କିନ୍ତୁ ଶାନ୍ତିଲତା ଆତ୍ମ ଗୋପନ କରି କେଉଁଆଡେ ଉଭାନ୍ ହୋଇଯାଇଥିଲେ I ସେ ଭୁବନେଶ୍ୱରରେ ଜଣେ ସମ୍ପର୍କୀୟଙ୍କ ଘରେ ରହୁଥିବା ଖବର ପୋଲିସ୍ ଜାଣିବା ପରେ ଆଜି ସକାଳେ ବେଲଗୁଣ୍ଠା ପୋଲିସ୍ ଭୁବନେଶ୍ୱରରେ ଚଢ଼ାଉ କରି ଶାନ୍ତିଲତାକୁ ଗିରଫ କରିଥିଲେ I ଆଜି ଶାନ୍ତିଲତାକୁ ଭଞ୍ଜନଗର କୋର୍ଟଚାଲାଣ କରାଯାଇଛି I ସରକାରୀ ଅର୍ଥରାଶି ହେରଫେର କରିଥିବା ଘଟଣାରେ ଶାନ୍ତିଲତା ନାମରେ 409 ଆଇପିସି ଧାରାରେ ମାମଲା ରହିଛି I ପ୍ରକାଶ ଥାଉକି ଦୁଇ ବର୍ଷ ତଳେ ସଂପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ସାହୁ ଏବଂ ତାଙ୍କ ସ୍ୱାମୀ ସୁମନ ସାହୁ ଉଭୟେ ଗଞ୍ଜାମ ଜିଲ୍ଲାଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଶିକ୍ଷା ଅଧିକାରୀ ବିନୀତା ସେନାପତିଙ୍କୁ ମାଡ ମାରିଥିଲେ I ଏନେଇ ଶ୍ରୀମତୀ ସେନାପତିଙ୍କ ଏତାଲା କ୍ରମେ ବ୍ରହ୍ମପୁର ଟାଉନ୍ ଥାନାରେ 102/22 ରେ ଏକ ମାମଲା ରୁଜୁ ହୋଇଥିଲା ଏବଂ ବ୍ରହ୍ମପୁର ପୋଲିସ୍ ଉଭୟଙ୍କୁ ଗିରଫ କରି ଜେଲ୍ କୂ ପଠାଇଦେଇଥିଲା I ସେଠାରୁ ଉଭୟ ବେଲ୍ ରେ ଆସି ଆତ୍ମଗୋପନ କରିଥିଲେ I