Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାତୀୟ ସମ୍ପାନ ଉଦଯାପିତ:ପୁର୍ଣ୍ଣାଙ୍ଗ ଶିକ୍ଷାହିଁ ଜୀବନର ଉପାଦାନ

ସମ୍ବଲପୁର: ପୁର୍ଣ୍ଣାଙ୍ଗ ଶିକ୍ଷାହିଁ ଜୀବନର ଉପାଦାନ।ଶିକ୍ଷା,ଶିକ୍ଷକ ଓ ଶିକ୍ଷଣ ପଦ୍ଧତି ଓ କୌଶଳହିଁ ଏକ ପୁର୍ଣ୍ଣାଙ୍ଗ ସୁନାଗରିକର ପରିଚୟ ନିର୍ମାଣ କରିଥାଏ। ଚଳିତ ଶିକ୍ଷା ପଦ୍ଧତିରେ ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ସହିତ ଗୁରୁକୂଳ ଶିକ୍ଷା ବର୍ତ୍ତମାନର ଏକ ଆହ୍ୱାନ ହୋଇପଡିଛି।ଶିକ୍ଷାକୁ କାମଚଳା ଦାୟିତ୍ୱ ମନେନକରି ଏହାକୁ ନିଜର ନୈତିକ ଦାୟିତ୍ୱ ନିଜର ଏକ ବଡ ଭୂମିକା ଭାବେ ଗ୍ରହଣ ନକଲେ ଆଗାମୀ ସକାଳ ଅନ୍ଧକାର ମୟ ହେବାର ସମ୍ଭାବନାକୁ ଏଡାଇ ଦିଆ ଯାଇପାରିବନି। ଶିକ୍ଷା ସହିତ ସୁସ୍ଥ ସ୍ୱାସ୍ଥ୍ୟ,ଜୀବନ ଚର୍ଚା, ସଂସ୍କୃତି, ପରମ୍ପରା, ପରିସ୍କାର,ପରିଚ୍ଛନ୍ନତା ,ଖାଦ୍ୟ ପେୟ ନିଜର ଚାଲିଚଳନ,ସାମାଜିକ ଭକ୍ତି ଓ ମାନବିକତା ଭଳି ଶିକ୍ଷା ଉପାଦାନର ଆଜି ଦିନର ବଡ ଆହ୍ୱାନ ବୋଲି ସମ୍ବଲପୁର ତପସ୍ୱିନୀ ଅଡିଟୋରିୟମ ଠାରେ ଆୟୋଜିତ “ପୁର୍ଣ୍ଣାଙ୍ଗ ଶିକ୍ଷା” ଦ୍ୱତୀୟ ଦିବସରେ ବିଶିଷ୍ଟ ସାଧନ ବିଶେଷଜ୍ଞ ମାନେକହିଛନ୍ତି।ସମ୍ପ୍ରତି ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ଓ ରାମାନୁଜନ କଲେଜ ନୂଆଦିଲ୍ଲୀ ର ମିଳିତ ସହଯୋଗରେ ଏହି ଜାତୀୟ ସମ୍ପାନ ହୋଲିଷ୍ଟିକ ଏଦୁକେସନ (ପୂର୍ଣ୍ଣାଙ୍ଗ ଶିକ୍ଷା ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ ବିଷୟ ଵସ୍ତୁ କୁ ନେଇ ଅନୁଷ୍ଠିତ ହୋଇଯାଇଛି। ଡଃ ନିରୁପମା ବଡପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରଥମ ଅଧିବେଶନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ବି.ପଟ୍ଟନାୟକ,ପ୍ରଫେସର ବିପିନ ରଥି ନୂଆଁଦିଲ୍ଲୀ,ପ୍ରଫେସର ରାଜୀବ ନୟନ ନୂଆଁଦିଲ୍ଲୀ,ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଦ୍ୱିତୀୟ ଅଧିବେସନରେ ବୁର୍ଲା ଭିମସାରର ଡା.ସଞ୍ଜିବ ମିଶ୍ର,ଜିଏମୟୁର ଡଃ.ଚନ୍ଦନ ସାହୁ,ଡଃ.ମୀରା ସାହୁ,ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଡଃ.ପୁଷ୍ପାଞ୍ଜଳି ପଢାଲ,ପ୍ରଫେସର ଡଃ ଇସିତା ମଣ୍ଡଲ ମୁମ୍ବାଇ, ଅଂଶ ଗ୍ରହଣ କରିଥିଲେ।ଶିକ୍ଷାର୍ଥୀଙ୍କ ବ୍ୟକ୍ତିତ୍ୱ ଗଠନରେ ଗୁରୁ ଶିଷ୍ୟ ପରମ୍ପରା ଯଥାର୍ଥତା ଓ ଶାରୀରିକ, ମାନସିକ,ମାନସିକ ଓ ବୌଦ୍ଧିକ ବିକାଶ ନେଇ ସମ୍ପାନରେ ବହୁ ଗରୁତ୍ୱ ପୁର୍ଣ୍ଣ ତଥ୍ୟ ଉପସ୍ଥାପନା କରିଥିଲେ। ୨ ଦିନ ଧରି ୪ ଟି ଅଧିବେଶନରେ ପ୍ରଫେସର ନିରୂପମା ବଡପଣ୍ଡା,ଶ୍ରୀମତୀ ସୁରୁଚିସାହୁ, ଡଃ.ତ୍ୟାଗରାଜ ଠାକୁର,ଶ୍ରୀ ଶିବ ଶଙ୍କର ଷଡଙ୍ଗୀ ରିପୋର୍ଟ ପ୍ରଦାନ କରିଥିଲେ। ଉଦଯାପନି ଉତ୍ସବରେ ଆଇଆଇଏମର ନିର୍ଦ୍ଦେଶକ ମହାଦେବ ଜସୱାଲ ମୁଖ୍ୟ ଅତିଥି ରୁପେ ଯୋଗ ଦେଇଥିବା ବେଳେ ପ୍ରଫେସର ଆଦିତ୍ୟ ପ୍ରସାଦ ପାଢୀ ଏଥିରେ ଅଧ୍ୟକ୍ଷତା କରିଥିଲେ।ରାମାନୁଜନ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଏସ.ପି ଅଗ୍ରୱାଲ ଅତିଥି ସ୍ୱାଗତ କରି ପରିଚୟ ପ୍ରଦାନ କରିଥିଲେ। ଶେଷରେ ସମ୍ବଲପୁର ପବ୍ଲିକ ଲାଇବ୍ରେରୀର ସହ ସଂପାଦକ ରାଜେନ୍ଦ୍ର କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବୈଷୟିକ ଜ୍ଞାନ କୌଶଳ ଅବଦାନ ପାଇଁ ଅଭିନନ୍ଦନ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଆୟୋଜିତ ସମାବେଶରେ ବହୁ ବିଶିଷ୍ଟ ବ୍ୟକ୍ତି ଯଥା ଡାକ୍ତର ନାରାୟଣୀ ପଣ୍ଡା,ଡାକ୍ତର ବିନୋଦ ଚନ୍ଦ୍ର ନାୟକ,ଆଇନ କଲେଜର ଅଧ୍ୟକ୍ଷ ଶ୍ରୀ ବିଜୟନନ୍ଦ ବେହେରା, ଲଲିତ ଜେନା, ଗୋପରଂଜନ ଦୁବେ,ଅର୍ଜୁନରଞ୍ଜନ ପଣ୍ଡା, ବିଜୟ ସାହୁ,ପୃଥିରାଜ ମିଶ୍ର,ଅଶୋକ ହୋତା,ଅକ୍ଷୟ ବାରିକ,ପ୍ରଫୁଲ୍ଲ ହୋତା,ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ର ଉପକୂଳସଚି ଉମାଚରଣ ପତି,ପ୍ରଫେସର କାମଦେବ ସାହୁ,ଗୋଳକ ବିହାରୀ ମିଶ୍ର,ପୃଥ୍ଵୀବୀରାଜ ମିଶ୍ର,ଅଜିତ କୁମାର ଦାଶ ,ସାମ୍ବାଦିକ ହେମନ୍ତ ମହାପାତ୍ର ସୁନନ୍ଦା ତ୍ରିପାଠି, ଡଃ.ଶ୍ୟାମ ସୁନ୍ଦର ଧର,ଡା.ଜୟଦେବ ମେହେର, ସପନ ମିଶ୍ର,ଅରବିନ୍ଦ ମହାପାତ୍ର,ଡା.ରାଜାରାମ ଷଡଙ୍ଗୀ ତଥା ସହର ଓ ସହର ବାହାରୁ ଅନେକ ଶିକ୍ଷାବିତ୍, ସମାଜସେବୀ , ସାମ୍ବାଦିକ,ଗୁଣୀ ଜ୍ଞାନି ଉପସ୍ଥିତ ରହିଥିଲେ। ବିଜ୍ଞାନ ଶିକ୍ଷା ଓ ଶିକ୍ଷା ଡିଜିଟାଇଜେସନ ଓ ଗୁରୁ ଶିଶ୍ୟ ପରମ୍ପରା ଉପରେ ଆଧାରିତ ଏହି ସମ୍ପାନ ବିଶେଷ ଗୁରୁତ୍ୱପୁର୍ଣ୍ଣ ରହିଥିଲା।