Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାତକମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଇକୋ କ୍ଲବର ମଦର୍ ଟେରେସା ଜୟନ୍ତୀ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହର ଉପକଣ୍ଠସ୍ଥ ସାତକମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଇକୋ କ୍ଳବ ପକ୍ଷରୁ ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ସେଠଙ୍କ ସଭାପତିତ୍ବରେ ଆୟୋଜିତ ଭାରତ ରତ୍ନ ମଦର ଟେରେସାଙ୍କ ଜୟନ୍ତୀରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଶ୍ରୀ ନାୟକ ଯୋଗଦେଇ ଇକୋ କ୍ଳବର ସଭାନେତ୍ରୀ ସ୍ମିତା ପରୁଆ, ଉପ-ସଭାପତି ଜୁଲି ଦୀପଙ୍କ ସମେତ ୨୫ ଜଣ କର୍ମକର୍ତ୍ତାଙ୍କୁ ପରିଚୟ ପତ୍ର ବଣ୍ଟନ କରିଥିଲେ। ମଦର ଟେରେସାଙ୍କ ତୈଳ ଚିତ୍ରରେ ଶ୍ରଦ୍ଧାଂଜଳି ଜଣାଇବା ସହ ତାଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ।ଏହା ପରେ ପରିବେଶ ସମ୍ପର୍କିତ ସ୍ଲୋଗାନ ସହ ସ୍ଥାନୀୟ ପକ୍ଷରୁ ମହିଳା ସ୍ୱେଚ୍ଛାସେବୀ ମାନଙ୍କ ସହ ସ୍କୁଲ ଓ ବିଭିନ୍ନ ବ୍ୟକ୍ତିଙ୍କ ଘରବାଡ଼ିରେ ୨୦ ଟି ଫଳ ଚାରା ରୋପଣ କରିଥିଲେ।ସଭା ପ୍ରାରମ୍ଭରେ ସହକାରୀ ଶିକ୍ଷକ କୋଶଳେଶ୍ୱର ଖର୍ସେଲ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଶିକ୍ଷୟିତ୍ରୀ ପଙ୍କଜିନୀ ନାୟକ, ସୁରଭି ପଟେଲ, ରୋଜି ସାଥୁଆ, ସ୍ନେହଲତା ଠାକୁର, ଅନନ୍ତ ଚରଣ ପଟେଲ, ବୈଦ୍ୟ ଷଣ୍ଢ, ନାରୀ ସେଚ୍ଛାସେଵୀ ନୁପୁର ପଟେଲ, ଲକ୍ଷ୍ମୀ ପଟେଲ, ସୁକାନ୍ତି ପୃଷେଠ ଓ ରମା ଦେଈ ପୋଢ଼ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।ଏହାପରେ ସହକାରୀ ଶିକ୍ଷକ ଅନନ୍ତ ଚରଣ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।