Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛାତ୍ରକୁ ମାଡପିଟ,ଥାନାରେ ମାମଲା ରୁଜୁ

ଜମନକିରା : ଜମନକିରା ବ୍ଲକ ଗୌଡ଼ପାଲି ଫାଣ୍ଡି ମୁଣ୍ଡେନପାଲି ଗାଁ ସ୍କୁଲରେ ଘଟିଛି ଏକ ଅଭାବନୀୟ ଘଟଣା। ଶିକ୍ଷକଙ୍କ ମାଡରେ ୮ମ ଶ୍ରେଣୀର ଛାତ୍ର ଆହତ ହୋଇଛନ୍ତି। ଛାତ୍ରଙ୍କ ପିତା ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଜମନକିରା ଥାନାରେ କେସ ନ. ୯୯/୨୩ରେ ମାମଲା ରୁଜୁ କରିଥିବା ଜଣାଯାଇଛି। ପୋଲିସର ସୂଚନା ଅନୁଯାୟୀ, ମୁଣ୍ଢେନପାଲି ଉଚ୍ଚ ପ୍ରାଥମିକ ସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ ପ୍ରାୟ ଏକ ବର୍ଷ ହେବ ଅକ୍ଷୟ ଭୋଇ ନାମକ ଶିକ୍ଷକ ଶିକ୍ଷକତା କରି ଆସୁଛନ୍ତି। ତେବେ ଗତ ଗୁରୁବାର ଦିନ ତାଙ୍କ ସ୍କୁଲରେ ପାଠ ପଢୁଥିବା ଜୈନେକ ୮ମ ଶ୍ରେଣୀର ଛାତ୍ରକୁ ବାଡେଇଥିଲେ। ଫଳରେ ଛାତ୍ର ଜଣକ ଗୁରୁତ୍ତର ଆହତ ହୋଇଥିଲା। ଏହା ଶୁଣିବା ପରେ ଛାତ୍ରଙ୍କ ପିତା ଆଜି ଜମନକିରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।