Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକ ସ୍ତରୀୟ ହକି ଟୁର୍ଣ୍ଣାମେଣ୍ଟ, ଜିଲ୍ଲାସ୍ତର ପାଇଁ ୧୫ ଜଣ ଛାତ୍ର ଚୟନ

ଜମନକିରା : ଜମନକିରା ବ୍ଲକ ସ୍ତରୀୟ ସ୍କୁଲ ଛାତ୍ରଙ୍କ ମଧ୍ୟରେ ହକି ଟୁର୍ଣ୍ଣାମେଣ୍ଟ। ୧୫ ଜଣ ଛାତ୍ର ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ। ସୂଚନା ଯୋଗ୍ୟ ଯେ, ଜମନକିରା ବ୍ଲକର ୯ ଟି ସ୍କୁଲ ମୋଟ ୬୦ଜଣ ଛାତ୍ର ଏହି ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିଥିଲେ। ସେଥି ମଧ୍ୟରୁ ୧୫ ଜଣ ଚୟନ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଷଣ୍ଢପଥର ସରକାରୀ ଏସଏସଡି ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତ ଯୋଗ ଦେଇ ଖେଳକୁ ଶୁଭ ଉଦଘାଟନ କରିଥିଲେ।ନାରାୟଣ ପ୍ରଧାନ, ଲକ୍ଷ୍ମଣ ନାଥ, ଧରଣୀ ନାୟକ, ପ୍ରଦୀପ ପଟେଲ, ଧବଳେଶ୍ଵର ଥାପା, ଶିବ ବେହେରା, ଚାରୁଲତା ମାଝୀ, ସିଶିଲିୟ ତିର୍କୀ ଏବଂ ଈଶ୍ୱର ଚନ୍ଦ୍ର ପ୍ରଧାନ ପ୍ରମୁଖ ଖେଳ ପରିଚାଳନା କରିବା ସହ ୬୦ ଜଣ ଖେଳାଳି ଙ୍କ ମଧ୍ୟରୁ ୧୫ ଜଣଙ୍କୁ ଚୟନ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ ଷଣ୍ଢପଥର ସ୍କୁଲ ଖେଳ ପଡ଼ିଆରେ ଆୟୋଜିତ କରାଯାଇଥିଲା।