Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଟୁରାଚୁଆଁ କନିଷ୍ଠ ମହାବିଦ୍ୟାଳୟ ରେ ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତୀ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଅନର୍ଗତ କୁଟୁରାଚୁଆଁ କନିଷ୍ଟ ମହାବିଦ୍ୟାଳୟରେ ଅଧ୍ୟକ୍ଷ ନିଳାଞ୍ଚଳ ତିୱାରୀଙ୍କ ଅଧ୍ୟକ୍ଷତାରେ ୧୬୨ତମ ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇଯାଇଅଛି। ପ୍ରାରମ୍ଭରେ ଉପସ୍ଥିତ ଅତିଥୀଗଣ ମେହେରଙ୍କ ତୈଳଚିତ୍ର ରେ ଦୀପ ପ୍ରଜ୍ଜଳନ କରି ପୁଷ୍ପମାଳ୍ୟ ଅର୍ପଣ କରିବା ସହ ଛାତ୍ରୀମାନଙ୍କ ଦ୍ବାରା ସ୍ବଭାବ କବିଙ୍କ ସ୍ବାଗତ ସଂଗିତ ଗାନ କରିଥିଲେ। ସଭା ପୂର୍ବରୁ ସ୍ବର୍ଗତ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ର ଓ କବିୟତ୍ରୀ ଡକ୍ଟର କିରଣବାଳା ରଥଙ୍କ ଅମର ଆତ୍ମାର ସଦଗତି କାମନା କରି ଏକ ମିନିଟ ନିରବ ପ୍ରାର୍ଥନା କରିଥିଲେ। ଏହି ଅବସରରେ ଅଧ୍ୟାପକ ସତ୍ୟନାରାରଣ ପଟେଳ ଅତିଥୀ ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ଭାବନା ପାଣ୍ଡେ ସ୍ବାଗତ ଭାଷଣ ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହି ଅବସରରେ ସାହିତିକ୍ୟ ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଶାନ୍ତନୁ କୁମାର ସାହୁ ମୁଖ୍ୟଅତିଥୀ ଭାବେ ଯୋଗଦେଇ ସ୍ବଭାବ କବି ଶ୍ରୀ ମେହେରଙ୍କ ଅଧ୍ୟାତ୍ମିକ କବିତା ବିଷୟରେ ମାର୍ଗ ଦର୍ଶନ ପ୍ରଦାନ କରିଥିଲେ। ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ସାହିତିକ୍ୟ ସୁବାଷ ଚନ୍ଦ୍ର ନାଏକ ମୁଖ୍ୟବ୍ୟକ୍ତା ଭାବରେ ଯୋଗଦେଇ ସ୍ବଭାବ କବିଙ୍କ ତପସ୍ବିନୀ କବିତା ଓ ବିଶ୍ବ ଦେଖ ମଧୁମୟରେ ଜୀବନ ଦର୍ଶନ ଉପରେ ମତବ୍ୟକ୍ତ କରିଥିଲେ। ପରିଚାଳନା ସମିତିର ପୂର୍ବତନ ସଂପାଦକ ହିମାଂଶୁ କୁମାର ମହାପାତ୍ର ଓ ସମ୍ବଲପୁରୀ କବି ମନୋରଞ୍ଜନ ପଟେଲ ସମ୍ମାନିତ ଅତିଥୀ ଭାବରେ ଯୋଗଦେଇ ମେହେରଙ୍କ ରଚିତ କବିତା ଓ ପ୍ରବନ୍ଧ ବିଷୟରେ ଆଲୋକପାତ କରିଥିଲେ। କଲେଜର ଛାତ୍ରୀ ସିମା ପୂଝାରୀ, ରୋଜି ପ୍ରଧାନ, ଗୁଡି କଲେତ ଓ ଆରତି କିସାନ କବି ମେହେରଙ୍କ କବିତା ଆବୃତ କରିଥିଲେ। ବରିଷ୍ଠ ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଝାରୀ ମଞ୍ଚ ପରିଚାଳନା କରିଥିବା ବେଲେ ଶେଷରେ ଅଧ୍ୟାପକ ସୁଧୀର କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।