Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସହିଦ ମଧୋ ସିଂଙ୍କ ପୂଣ୍ୟ ତିଥି ପାଳନ

ଜମନକିରା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିକଟସ୍ଥ ସାତକମା ଗ୍ରାମରେ ମା”ଲକ୍ଷ୍ମୀ ବନ ସୁରକ୍ଷା ସମିତି ପକ୍ଷରୁ ନାରୀନେତ୍ରୀ ରମାଦେଇ ପୋଢ଼ଙ୍କ ସଭାପତିତ୍ବରେ ସହିଦ ମାଧୋ ସିଂ ଙ୍କ ପୁଣ୍ୟ ତିଥି ପାଳିତ ହୋଇଯାଇଛି।ଏଥିରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସଚନ୍ଦ୍ର ନାୟକ ଅତିଥି ଭାବେ ଯୋଗଦେଇ ମାଧୋ ପରିବାରଙ୍କ ଦେଶ ପ୍ରତି ଅବଦାନର ଉଚ୍ଚ ପ୍ରଶଂସା କରିଥିଲେ। ପ୍ରାରମ୍ଭରେ ପୁସ୍ପା ଦାସ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିକ୍ଷିକା ପଙ୍କଜିନି ନାୟକ, ନିପୁର ପଟେଲ, ପ୍ରମୋଦିନି ସେଠ, ବିଶାଖା ସେଠୀ, ସୁଜାତା ପଳେଇ, ପୁଷ୍ପାଞ୍ଜଳି ପାଟୁଆ ପ୍ରମୁଖ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ଶେଷରେ ସସ୍ମିତା ପୃଷେଠ ଧନ୍ୟବାଦ ଅର୍ପଣ କରିଥିଲେ। ବହୁ ସଂଖ୍ୟକ ନାରୀ ସ୍ଵେଚ୍ଛାସେବୀ ଅଂଶ ଗ୍ରହଣ କରି ଫଳ ଚାରା ରୋପଣ କରିଥିଲେ।