Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ସ୍ମୃତିରେ ଆନ୍ତର୍ଜାତୀୟ କ୍ରୀଡା ଦିବସ ପାଳିତ

ଜମନକିରା : ଆଜି କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନର ସ୍ମୃତି ଉଦ୍ଦେଶ୍ୟରେ ସାରା ଓଡ଼ିଶାରେ ପାଳିତ ହୋଇଯାଇଛି ଆନ୍ତର୍ଜାତୀୟ କ୍ରୀଡା ଦିବସ। ଏଇ ଅବସରରେ ଷଣ୍ଢପଥର ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ଆଶ୍ରମ ସ୍କୁଲର ମିଳିତ ଉଦ୍ୟମରେ ପାଳିତ ହୋଇଯାଇଛି ବିଭିନ୍ନ କ୍ରୀଡା ପ୍ରତିଯୋଗିତା। ଏଇ ପ୍ରତିଯୋଗିତାରେ ଫୁଟବଲ୍,କବାଡି, ଖୋଖୋ, ହକୀ, ପୁଚି, ମ୍ୟୁଜିକ୍ ଚେୟାର ପରି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ବିଜେତା ଖେଳାଳି ଓ ଦ କୁ ପୁରସ୍କାର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏଇ ପ୍ରତିଯୋଗିତାରେ ଷଣ୍ଢପଥର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତ ମୂଖ୍ୟଅତିଥି ରୂପେ କାର୍ଯ୍ୟ ତୁଲାଇ ଥିବା ବେଳେ ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ତୀର୍ଥରାଜ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଖେଳ ଶିକ୍ଷକ ନାରାୟଣ ପ୍ରଧାନ ଏବଂ ତପନ କୁମାର ଖୁଣ୍ଟିଆ ଖେଳ ପରିଚାଳନା କରିଥିବା ବେଳେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ। ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀ ମନୋବଳ ବୃଦ୍ଧି ପାଇବା, ଶରୀର ସୁସ୍ଥ ରହିବା, ଖେଳ ପ୍ରତି ସମସ୍ତଙ୍କ ଆଗ୍ରହ ଜନ୍ମାଇବା ଦିଗରେ ସହଯୋଗ ହେବ ବୋଲି ମତ ପ୍ରକାଶ କରିଛନ୍ତି।