Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିକିବା ଉଚ୍ଚବିଦ୍ୟାଳୟରେ ମେଜର ଧ୍ୟାନଚାନ୍ଦଙ୍କ ସ୍ମୃତିରେ ଆନ୍ତର୍ଜାତୀୟ କ୍ରୀଡା ଦିବସ

ଜମନକିରା : ଆଜି କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନର ସ୍ମୃତି ଉଦ୍ଦେଶ୍ୟରେ ସାରା ଓଡ଼ିଶା ରେ ପାଳିତ ହୋଇଯାଇଛି। ଆନ୍ତର୍ଜାତୀୟ କ୍ରୀଡା ଦିବସ ଅବସରରେ ଜମନକିରା ବ୍ଲକ ଟିକିବା ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ମିଳିତ ଉଦ୍ୟମରେ ପାଳିତ ହୋଇଯାଇଛି। ବିଭିନ୍ନ କ୍ରୀଡା ପ୍ରତିଯୋଗିତା ମଧ୍ୟରେ କବାଡି, ଖୋଖୋ, ପୁଚି, ମ୍ୟୁଜିକ୍ ଚେୟାର, ସଟ୍ ଫୁଟ୍ ଥ୍ରରୋ ପରି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠୀତ ହୋଇ ବିଜେତା ଖେଳାଳି ଓ ଦଳକୁ ପୁରସ୍କାର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ପ୍ରତିଯୋଗିତାରେ ଟିକିବା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସ୍ନେହଲତା ସୁନାର ମୂଖ୍ୟଅତିଥି ରୂପେ କାର୍ଯ୍ୟ ତୁଲାଇ ଥିବା ବେଳେ ସରପଞ୍ଚ ମମତା ଭେଂରା ଏବଂ ପୂର୍ବତନ ଶିକ୍ଷକ କୈଳାଶ ଚନ୍ଦ୍ର ପଟେଲ ସମ୍ମାନିତ ଅଥିତି ଭାବେ ଯୋଗ ଦେଇଥିଲେ। ଶିବ ନାରାୟଣ ବେହେରା ଖେଳ ପରିଚାଳନା କରିଥିବା ବେଳେ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ। ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀ ମନୋବଳ ବୃଦ୍ଧି ପାଇବା, ଶରୀର ସୁସ୍ଥ ରହିବା, ଖେଳ ପ୍ରତି ସମସ୍ତଙ୍କ ଆଗ୍ରହ ଜନ୍ମାଇବା ଦିଗରେ ସହଯୋଗ ହେବ ବୋଲି ଶ୍ରୀମତୀ ସୁନାର ପ୍ରକାଶ କରିଛନ୍ତି।