Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନାଢ଼ିପା ସ୍କୁଲରେ ଧ୍ୟାନଚାନ୍ଦଙ୍କ ଜନ୍ମ ତିଥିରେ ଜାତୀୟ କ୍ରୀଡା ଦିବସ ପାଳିତ

ଜମନକିରା :ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କେନାଢିପା ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ଧ୍ୟାନଚାନ୍ଦଙ୍କ ଜନ୍ମ ତିଥିରେ ଜାତୀୟ କ୍ରୀଡା ଦିବସ ପ୍ରଧାନ ଶିକ୍ଷକ ଅମୋଘ ବିହାରୀ ବୈରୀଗଞ୍ଜନ ନାୟକଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ସଭାକାର୍ଯ୍ୟ ପ୍ରାରମ୍ଭରେ ଧ୍ୟାନଚାନ୍ଦଙ୍କ ପ୍ରତିମୂର୍ତ୍ତିରେ ଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିବା ବେଳେ କଳା ଶିକ୍ଷକ ଅନ୍ତର୍ଯ୍ୟାମୀ ମହାରଣା ସ୍ୱାଗତ ଭାଷଣ ଦେଇ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ପୁରାତନ ଛାତ୍ର ସଂସଦର ସଭାପତି ହରେଷ ପଟେଲ ଯୋଗଦାନ କରି ସଭାପତିତ୍ବ କରିଥିଲେ। ସମ୍ମାନନୀୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ କଲ୍ୟାଣୀ ନାଏକ, ସିଆରସି ମଣିନ୍ଦ୍ର ଭୋଇ, ବିଦ୍ୟାଳୟର ଚେୟାରମେନ ମଙ୍ଗଳୁ ଭୋଇ, ପୁରାତନ ଛାତ୍ର ସଂସଦର ସକ୍ରିୟ ସଦସ୍ୟ ରାଜକିଶୋର ବେହେରା, ଅକ୍ଷୟ ଦେହୁରୀ ପ୍ରମୁଖ ଯୋଗ ଦେଇ ଖେଳାଳିଙ୍କୁ ଉସହିତ କରିଥିଲେ। ପ୍ରତିଯୋଗିତା ଦ୍ୱାରା ଛାତ୍ରଛାତ୍ରୀଙ୍କ ମନୋବଳ ଦୃଢ଼ ହେବା ସ‌ହିତ ଶରୀର ସୁସ୍ଥ ରହିବା, ଖେଳ ପ୍ରତି ଆଗ୍ରହ ବଢ଼ାଇବାକୁ ଅତିଥି ମାନେ ମତପ୍ରକାଶ କରିଥିଲେ। ଖେଳ ଶିକ୍ଷକ ଇଶ୍ୱର ଚନ୍ଦ୍ର ପ୍ରଧାନ ଖେଳ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ଶରତ ବେହେରା, ଡିଲେଶ୍ୱର ପାତ୍ର, ମଧୁମିତା ନାୟକ, ସଂଗୀତା ବିଶ୍ୱାଳ, ସୁପ୍ରିତା ପଟେଲ ପ୍ରମୁଖ ସହଯୋଗ କରିଥିଲେ। ଏହି ପରିପ୍ରେକ୍ଷୀରେ ଲମ୍ବଦୈ।ଡ଼, କବାଡି, ପୁଚିଖେଳ, ମ୍ୟୁଜିକ ଚେୟାର ପ୍ରଭୃତି ଖେଳ ପ୍ରତିଯୋଗିତା କରାଯାଇ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ଶେଷରେ ପୁରାତନ ଛାତ୍ର ସଂସଦ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ଦ୍ଵାରା ଚାରା ରୋପଣ କରାଯାଇଥିଲା।