Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଆରା ରକ୍ଷା ବନ୍ଧନ ଉତ୍ସବ;ଶତାଧିକ ମହିଳା ବୃକ୍ଷ ଙ୍କୁ ପିନ୍ଧାଇଲେ ରାକ୍ଷୀ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହର ତଳି ସାତକମା ଗ୍ରାମର ପଣ୍ଡରିଡୁମୁରି ଜଙ୍ଗଲରେ ଆଜି ସକାଳୁ ସକାଳୁ ଗ୍ରାମର ଶତାଧିକ ମହିଳା,ପୁରୁଷ ଓ ଶିଶୁ ମିଶି ବୃକ୍ଷ ଗୁଡିକରେ ରାକ୍ଷୀ ବାନ୍ଧିଥିଲେ। ଏହି ପରିପ୍ରେକ୍ଷୀରେ ପରିବେଶ ସପକ୍ଷରେ ବିଭିନ୍ନ ସ୍ଲୋଗାନ ଦେଇ ସମସ୍ତେ ପହଞ୍ଚିଥିଲେ ରଖିତ ଜଙ୍ଗଲରେ।ନବଗଠିତ ମା” ଲକ୍ଷ୍ମୀ ବନ ସୁରକ୍ଷା ମହିଳା ସମିତିର ଉପଦେଷ୍ଟା ପଙ୍କଜିନୀ ନାୟକ, ସଭାନେତ୍ରୀ ନୁପୁର ପଟେଲ, ଉପସଭାପତି ପ୍ରମୋଦିନି ସେଠ, ସଂପାଦିକା ରମା ଦେଇ ପୋଡ଼ ପ୍ରମୁଖଙ୍କ ସହ ସଂପାଦିକା ପୁଷ୍ପ ଲତା ଦାସଙ୍କ ନେତୃତ୍ୱରେ ଜଙ୍ଗଲର ଶତାଧିକ ଗଛରେ ରାକ୍ଷୀ ବାନ୍ଧି ରକ୍ଷା ବନ୍ଧନ ଉତ୍ସବ ପାଳନ କରିଥିଲେ।ଶଙ୍ଖ,ଘଣ୍ଟା ବଜାଇ ନଡ଼ିଆ ଭାଙ୍ଗି ରାକ୍ଷୀ ବାନ୍ଧିବା ସହ ସିନ୍ଦୂର ଲଗାଇ ବୃକ୍ଷ ପୂଜା କରିଥିଲେ । ଏହି ଅବସରରେ ଜଙ୍ଗଲ ଭିତରେ ୩୦ ରୁ ଉର୍ଦ୍ଧ୍ବ ଚାରା ଲଗାଇ ଏ ସବୁ ବଢ଼ାଇବା ଯାଏ ତଥା ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ଶପଥ ନେଇଥିଲେ । ଏହି ଉତ୍ସବରେ କୁଚିଣ୍ଡା ଉପଖଣ୍ଡର ବିଭିନ୍ନ ଅଞ୍ଚଳରୁ ଚୟନ ହୋଇଥିବା ଚାରିଜଣ ପ୍ରକୃତି ବନ୍ଧୁ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ, ଅବସର ପ୍ରାପ୍ତ ଉଦ୍ୟାନ ଅଧିକାରୀ ରବୀନ୍ଦ୍ର କୁମାର ଦାସ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତୁଳସୀ ମଞ୍ଜରୀ ବହିଦାର ଓ ସାମାଜିକ କର୍ମୀ ସରୋଜ ମେହେର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ବିଶ୍ଵର ସୁରକ୍ଷା ପାଇଁ ବୃକ୍ଷର ଅବଦାନ ସଂପର୍କରେ ଆଲୋଚନା କରି ବୃକ୍ଷଙ୍କୁ ରାକ୍ଷୀ ବାନ୍ଧି ବିଶ୍ଵର ସୁରକ୍ଷା କାମନା କରିବା ସହ ଜଙ୍ଗଲର ସୁରକ୍ଷା ନିଜ ହାତକୁ ନେଇଥିବାରୁ ଗ୍ରାମବାସୀ ଙ୍କୁ କୃତଜ୍ଞତା ଜଣାଇଥିଲେ । ପ୍ରକାଶ ଥାଉ କି ଇତି ମଧ୍ୟରେ ଏହି ଗ୍ରାମରେ ତିନୋଟି ଜଙ୍ଗଲ ସୁରକ୍ଷାର ଦାୟିତ୍ଵ ଗ୍ରାମବାସୀ ନେଇଥିବା ବେଳେ ସର୍ଭେ ଲୁଆଁ ବାରିରେ ବ୍ୟାପକ ବୃକ୍ଷ ରୋପଣ କରି ଆଉ ଏକ କୁତ୍ରିମ ଜଙ୍ଗଲ ସୃଷ୍ଟି କରିବାକୁ ସ୍ଥିର କରିଥିଲେ।କାର୍ଯ୍ୟକ୍ରମ ଶେଷରେ ମୁଖ୍ୟ ଅତିଥି ଶ୍ରୀ ନାୟକ ସମସ୍ତଙ୍କୁ ଚାରି ଗୋଟି ସବୁଜ ଶପଥ ପାଠ କରିଥିଲେ ।