ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଗଙ୍ଗାଧର ମେହର ଜୟନ୍ତୀ ପାଳନ


ରେଙ୍ଗାଲି 31/08- ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବରିଷ୍ଠ ନାଗରିକ ପରିଷଦ ରେଙ୍ଗାଲି ପକ୍ଷ ରୁ ସ୍ୱଭାବ କଵି ଗଙ୍ଗାଧର ମେହର ଜୟନ୍ତୀ ପାଳନ କରାଯାଇଥିଲା, ଏଥିରେ ପରିଷଦ ସଭାପତି ଦୁର୍ଯ୍ୟୋଧନ ଗରଡିଆ ଅଧ୍ୟକ୍ଷତା କରି ଏବଂ ସମ୍ପାଦକ ଅନ୍ତର୍ଯ୍ୟାମୀ ପାଣି ସଂଯୋଜନା କରିଥିଲେ, ସ୍ୱଭାବ କଵି ମେହର ଙ୍କ ଫଟୋଚିତ୍ର ପୁଷ୍ପ ମାଲ୍ୟପଅରଣ ସହ ଦୀପ ପ୍ରଜ୍ୱଳ ନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କର୍ମକର୍ତା ମାନଙ୍କ ଦ୍ୱାର କରଯାଇଥିଲା l ସ୍ୱଭାବ କଵି ତାଙ୍କ ଅମ୍ଲାନ ସାହିତ୍ୟ ଦ୍ୱାର ଓଡ଼ିଆ ଭାଷା, ଓଡ଼ିଆ ଜାତି ର ସର୍ବ ଭାରତୀୟ ସ୍ଥର ରେ ପରିଚୟ ହୋଇ ପାରିଥିଲା ବୋଲି ବକ୍ତା ମାନେ ଆଲୋକପାତ କରିଥିଲେ l ଏଥିରେ ଶିକ୍ଷବିତ ବସନ୍ତ ନାୟକ, ବିନୋଦ ନନ୍ଦ, ପୀତବାସ ତାଣ୍ଡକାର, ଉଦୟ ସାହୁ, କିଶୋର ସାହୁ, ଶଶୀ ଭୂଷଣ ସାହୁ, ବେଣୁଧର ମେହର, କ୍ଷଦାସାଗର ପ୍ରଧାନ, ସାଲେଗ୍ରାମ ସାହୁ, ବିରଞ୍ଚି ବିଶ୍ୱାଳ, ସୁବାଷ ସିଂହ, ରାଜାରାମ ମହାନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ଶେଷ ରେ ସହ ସମ୍ପାଦକ ସୁବନ ଚାନ୍ଦା ସାହୁ ଧନ୍ୟବାଦ ଦେଇଥିଲେ l