କଦଳିପାଲ ସ୍କୁଲରେ ସ୍ବଚ୍ଛତା ପକ୍ଷ ଦିବସ ପାଳନ


ଜମନକିରା : ଜମନକିରା ବ୍ଲକ କୁଲୁଣ୍ଡି ପଞ୍ଚାୟତ କଦଳିପାଳ ସ୍କୁଲରେ ଆଜି ସ୍ବଚ୍ଛତା ପକ୍ଷ ଦିବସ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ସ୍କୁଲ ପରିଚାଳନା କମିଟି, ଅଭିଭାବକ, ଅବିଭାବିକା ଏବଂ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍କୁଲ ପରିଚାଳନା କମିଟିର ସଭାପତି ସଞ୍ଜୟ କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ଝଙ୍କାର ପରିଚାଳନା କରିଥିଲେ। ସଭାରେ ସ୍ବଚ୍ଛତା ପକ୍ଷ ଦିବସ ଉପରେ ଅତିଥିଗଣ ବକ୍ତବ୍ୟ ପ୍ରଦାନ କରିଥିଲେ। ସଭା ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ଝାଙ୍କର ଧନ୍ୟବାଦ ଅର୍ପଣ କରିଥିଲେ। ପରେ ସମସ୍ତ ଅଭିଭାବକ, ଅବିଭାବିକା, ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ସ୍କୁଲ ଛାତ୍ରୀ ଛାତ୍ରଙ୍କ ସହ ମିଶି ସ୍କୁଲର ଚାରିପଟେ ସଫା ସୁତୁରା କରି ସ୍ୱଚ୍ଛତା ପକ୍ଷ ଦିବସ ପାଳନ କରିଥିଲେ।