Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍କୁଲରେ ପଶି ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ ଉଦ୍ୟମ, ସମ୍ପର୍କୀୟ ଦିଅର ନାଁରେ ମାମଲା ରୁଜୁ

ଜମନକିରା : ଜମନକିରା ଥାନା ଟାଙ୍ଗରମାଳ ସ୍ଥିତ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କୁ ତାଙ୍କ ସମ୍ପର୍କୀୟ ଦିଅର ସ୍କୁଲରେ ପଶି ଛୁରୀରେ ଆକ୍ରମଣ ଉଦ୍ୟମ ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ନେଇ ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି। ଅଭିଯୁକ୍ତ କୁ ଶୀଘ୍ର ଗିରଫ କରାଯିବ ବୋଲି ତଦନ୍ତ ଅଧିକାରୀ ଦେବଜାନୀ ଛତର କହିଛନ୍ତି।
ପୋଲିସର ସୂଚନା ଅନୁସାରେ, ଗତ ଦୁଇଦିନ ତଳେ ଟାଙ୍ଗରମାଳ ସ୍ଥିତ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ଶାନ୍ତିଲତା ବୁଡ଼ (୩୧)ଙ୍କ ଘରେ ତାଙ୍କ ସମ୍ପର୍କୀୟ ଅଭିଯୁକ୍ତ ଦିଅର ମୁକେଶ ମୁଣ୍ଡା (୨୬) ୩ ଜଣ ସାଙ୍ଗ ଙ୍କ ସହ ମିଶି ମଦ ପିଆପିଇ କରୁଥିଲେ। ସେହି ସମୟରେ ଶିକ୍ଷୟିତ୍ରୀ ଭାଉଜ ଶାନ୍ତିଲତା କଣ ପାଇଁ ଘରେ ପଶି ମଦ ପିଉଛ, ମୋର ୨ ବର୍ଷିଆ ଛୋଟ ଛୁଆ ଅଛି ବୋଲି ତାଗିଦ କରିଥିଲେ। ଏଥିରେ ଦିଅର ମୁକେଶ ପ୍ରତିଶୋଧ ପରାୟଣ ହୋଇ ସ୍କଲକୁ ଯାଇ ଶିକ୍ଷୟିତ୍ରୀ ଭାଉଜଙ୍କୁ ଗାଳି ଗୁଲଜ କରିବା ସହ ଏକ ଛୁରୀରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା। ଏହାଦେଖି ସ୍କୁଲର ଅନ୍ୟ ଶିକ୍ଷକମାନେ ଶିକ୍ଷୟିତ୍ରୀ ଙ୍କୁ ସୁରକ୍ଷା ଦେଇଥିଲେ। ଶିକ୍ଷୟିତ୍ରୀଙ୍କ ସ୍ବାମୀ ରାଜ୍ୟ ବାହାରେ ସେନା ବାହିନୀ ରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ସହମତିରେ ଗତକାଲି ଶିକ୍ଷୟିତ୍ରୀ ସ୍କୁଲ ପରିଚାଳନା କମିଟିର ପରାମର୍ଶ କ୍ରମେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏନେଇ ଜମନକିରା ଥାନା କେସ ନମ୍ବର୍ ୧୦୬/୨୩ (୩୪୧/୩୨୩/୩୨୪/୩୫୪) ଭାରତୀୟ ଦଣ୍ଡ ବିଧାନ ଆଇନ ଅନୁଯାୟୀ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।