Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂତନ ଟ୍ରାନ୍ସଫରମର ଲଗାଇବା ପାଇଁ ବିଦ୍ୟୁତ କାର୍ଯ୍ୟାଳୟରେ ଧାରଣା ଦେଲେ ଗ୍ରାମବାସୀ

ଜମନକିରା ବ୍ଲକ ଟିକିଲିପଡ଼ା ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲବେଡା ଗ୍ରାମ ଉପରପଡ଼ାରେ ନୂତନ ଟ୍ରାନ୍ସଫରମର ଲଗେଇବା ଦାବିରେ ଆଜି ଗ୍ରାମବାସୀ ମାନେ ବିଦ୍ୟୁତ କାର୍ଯ୍ୟଳୟ କୁ ଘେରାଉ କରିଥିଲେ। ତେବେ କନିଷ୍ଠ ଯନ୍ତ୍ରୀଙ୍କ ନିର୍ଭର ପ୍ରତିଶ୍ରୁତି ପରେ ଆନ୍ଦୋଳନ ରୁ ଗ୍ରାମବାସୀ ବିରତି ରହିଛନ୍ତି।
ସୁଚନା ଯୋଗ୍ୟ ଯେ, ଉକ୍ତ ଗାଁ ଉପରପଡ଼ାରେ ବିଗତ ୩ ମାସରୁ ଉର୍ଦ୍ଧ୍ବ ସମୟ ହେବ ଟ୍ରାନ୍ସଫରମର ପୋଡ଼ିଯାଇଛି। ଗ୍ରାମବାସୀ ଏ ବିଷୟରେ ବିଦ୍ୟୁତ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ନୂତନ ଟ୍ରାନ୍ସଫରମର ନ ଲଗେଇବା ଯୋଗୁଁ ବିଦ୍ୟୁତ କାର୍ଯ୍ୟାଳୟକୁ ଧାଇଁ ଧାଇଁ ନୟାନ୍ତ ହୋଇ ପଡ଼ିଥିଲେ। ତା ସତ୍ବେ କୌଣସି ସୂଫଳ ନମିଳିବାରୁ ଆଜି ଶନିବାର ଦିନ ଗ୍ରାମର ମହିଳା ଓ ପୁରୁଷ ମାନେ ଜମନକିରା ୩୩କେଭି ବିଦ୍ୟୁତ କାର୍ଯ୍ୟାଳୟକୁ ଆସି ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ ସହ ଦୀର୍ଘ ୨ ଘଣ୍ଟା ଧରି ଧାରଣାରେ ବସିଥିଲେ।