Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମେହେର ଜୟନ୍ତୀ, ପ୍ରକୃତି ସଂରକ୍ଷଣ ପାଇଁ ସଂକଳ୍ପ

ଜମନକିରା: ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ସଦର ମହକୁମାର ସରକାରୀ ବାଳିକା ହାଇସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀ ଫୁଲମଣି ମାଝୀଙ୍କ ସଭାପତିତ୍ବରେ ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ୧୬୨ ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ବିଶିଷ୍ଟ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରକୃତି କବି ଗଙ୍ଗାଧରଙ୍କ ସାହିତ୍ୟରେ ପ୍ରକୃତି କେମିତି ସକ୍ରିୟ ହୋଇ ନିୟତି ବିରୁଦ୍ଧରେ ବି ସଂଗ୍ରାମ କରିବାକ କିପରି ପଛେଇ ନାହିଁ ତାହା ଉଦାହରଣ ଦେଇ ମାତୃଭୂମି ଓ ମାତୃଭାଷା ସହ ପ୍ରକୃତିର ସଂରକ୍ଷଣ ପାଇଁ କାର୍ଯ୍ୟ କରିବା ହିଁ କବିଙ୍କ ପ୍ରତି ଶ୍ରେଷ୍ଟ ଶ୍ରଦ୍ଧାଂଜଳି ହେବ ବୋଲି ମତ ପ୍ରକାଶ କରିଥିଲେ। ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ବନପାଳ ପ୍ରଶାନ୍ତ ଶତପଥୀ ଯୋଗଦେଇ ବ୍ୟାପକ ବୃକ୍ଷ ରୋପଣ ମାଧ୍ୟମରେ ପ୍ରକୃତିକୁ ସଂରକ୍ଷଣ କରି କବିଙ୍କୁ ଶ୍ରଦ୍ଧାଂଜଳି ଜଣାଇବା ବୋଲି ଆହ୍ବାନ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ କବି ରେବତୀ ପଟେଲ, ତୁଳସୀ ମଞ୍ଜରୀ ବହିଦାର, ରବୀନ୍ଦ୍ର କୁମାର ଦାସ ପ୍ରମୁଖ ମେହେରଙ୍କ ଉପରେ ରଚିତ କବିତା ଗୁଡ଼ିକ ପାଠ କରି କବିଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ। ଶେଷରେ ସହକାରୀ ଶିକ୍ଷୟିତ୍ରୀ ନେତ୍ରୀ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ଅତିଥି ମାନଙ୍କ ସହ ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷିକା ଗଣ ବିଭିନ୍ନ ସବୁଜ ସଂରକ୍ଷଣ ସଂପର୍କରେ ସ୍ଲୋଗାନ ଦେଇ ସହର ପରିକ୍ରମା କରି ହଷ୍ଟେଲ ପରିସରରେ ୨୦ ଟି ଚାରା ରୋପଣ କରିଥିଲେ। ସଭା ସ୍ଥଳରେ ଗଙ୍ଗାଧରଙ୍କ ତୈଳ ଚିତ୍ରରେ ଅତିଥି ଗଣ ମାଲ୍ୟାର୍ପଣ କରି ମା” ମାଟି ଓ ମାତୃଭାଷାର ସେବା କରିବୁ ଓ ପରିବେଶ କୁ ସବୁଜ ସୁନ୍ଦର୍ କରିବାକୁ ଗଣ ଶପଥ ପାଠ କରିଥିଲେ।ବୃକ୍ଷ ରୋପଣ ପରେ ପ୍ରତ୍ୟେକ ଆଗ୍ରହୀ ଛାତ୍ରୀ ଗୋଟିଏ ଲେଖାଏଁ ବୃକ୍ଷର ଯତ୍ନ ନେବାକୁ ଦାୟିତ୍ଵ ବାଣ୍ଟି ନେଇଥିଲେ।