Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ କେନାଢିପା ପଞ୍ଚାୟତ ବିଜାଗୁଡା ଠାରେ ଆଜି ସ୍ଥାନୀୟ ବିଧାୟକ କିଶୋର ଚନ୍ଦ୍ର ନାଏକଙ୍କ କରକମଳରେ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ଆଶ୍ରିତା ଭୋଇ, ଜିଲ୍ଲା ପରିଷଦ ଜୋନ୍ ୨ ସଭ୍ୟା ତନୟା ଧୂରୁଆ, ସରପଞ୍ଚ କଲ୍ୟାଣୀ ନାଏକ, ସମିତିସଭ୍ୟା ଶାନ୍ତି ଧୂରୁଆ ପ୍ରମୁଖ ଜନ ପ୍ରତିନିଧି ଉପସ୍ଥିତି ଥିବା ବେଳେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଏସଡିଓ ରଞ୍ଜନ କୁମାର ଶତପଥୀ, ସହକାରୀ ଯନ୍ତ୍ରୀ ପ୍ରଶାନ୍ତ ରଞ୍ଜନ ଚୌଧୁରୀ, କନିଷ୍ଠ ଯନ୍ତ୍ରୀ କ୍ରିଷ୍ଣଚନ୍ଦ୍ର ପ୍ରଧାନ, କନିଷ୍ଠ ଯନ୍ତ୍ରୀ ଜ୍ଞାନସ୍ୱରୂପା ବାଡା ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରକଳ୍ପ ୧୨୭ କୋଟି ଟଙ୍କା ବ୍ୟୟ ଅଟକଳ ମୂଲ୍ୟ ଥିବା ବେଳେ କ୍ରିଷ୍ଣ ୟୁଏମ ଏସଏଲ ଜେଭି ଭୁବନେଶ୍ୱର ଠିକା ସଂସ୍ଥା ହାତକୁ ନେଇଛି। ଏହି ପ୍ରକଳ୍ପ ଦ୍ଵାରା ଜମନକିରା ବ୍ଲକର ୧୭ ଗୋଟି ପଞ୍ଚାୟତ, କୁଚିଣ୍ଡା ବ୍ଲକର ୪ଟି ପଞ୍ଚାୟତ ଏବଂ ରେଙ୍ଗାଲି ବ୍ଲକର ୩ଟି ପଞ୍ଚାୟତର ଲୋକେ ପାଣି ପାଇବାର ସୁବିଧା ପାଇବେ। ଏହି ପାଣି ଇବ୍ ନଦୀରୁ ଯୋଗାଣ ହେବାକୁ ଥିବା ବେଳେ ଘରକୁ ଘର ଜଳ ଜଳଯୋଗାଣ ହେବ। ତେବେ ଏହି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ହେବା ପରେ ଲୋକେ ଏହା ଶୁଣି ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ