Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଝାରସୁଗୁଡ଼ା ରୁ ବାରକୋଟ ରେଳ ସଂଯୋଗକୁ ତ୍ୱରାନ୍ୱିତ କରିବା ପାଇଁ କୁଚିଣ୍ଡା ଉପଖଣ୍ଡ ଅଞ୍ଚଲବାସୀଙ୍କ ଆଲୋଚନା

ଜମନକିରା : ଝାରସୁଗୁଡ଼ା ରୁ ବାରକୋଟ ଭାୟା କୁଚିଣ୍ଡା ଉପଖଣ୍ଡ ଦେଇ ପ୍ରସ୍ତାବିତ ରେଳ ସଂଯୋଗ ପାଇଁ ଏକ ଆଲୋଚନା ସଭା ଆଦିବାସୀ ଭବନରେ ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ବଲପୁର ଜିଲ୍ଲାର ଜମନକିରା,କୁଚିଣ୍ଡା ଓ ବାମରା ଅଞ୍ଚଳର ନେତ୍ରୁ ବୃନ୍ଦ ଅଂଶ ଗ୍ରହଣ କରିଥିବା ବେଳେ ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଅଞ୍ଚଳର ନେତୃବୃନ୍ଦ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଉଭୟ ସମ୍ବଲପୁର ଜିଲ୍ଲା ଏବଂ ଝାରସୁଗୁଡ଼ା ଅଞ୍ଚକର ଲୋକେ ଯେପରି ଅଧିକ ରୁ ଅଧିକ ଗମନା ଗମନରେ ସୁବିଧା ପାଇ ପାରିବେ ସେନେଇ ଆଲୋଚନା କରାଯାଇଥିଲା। ଚାଷୀ ମାନେ ନିଜ ଉତ୍ପାଦିତ ଦ୍ରବ୍ୟକୁ ବାହାରକୁ ନେଇ ଯେପରି ବିକ୍ରି କରିପାରିବେ, ସେଥି ପାଇଁ ଦାବି କରିବାକୁ ମତ ଦେଇଥିଲେ। ଆସନ୍ତା କାଲି ଏ ସଂପର୍କରେ ଆଲୋଚନା ପାଇଁ ଦେବଗଡ଼ର ନାଗରିକ ମାନେ ଭୁବନେଶ୍ୱର ଯାଇ ଆଲୋଚନା କରିବାକୁ ରେଲୱେ କର୍ତ୍ତୃପକ୍ଷ ସମୟ ଦେଇଥିବାରୁ ଧନ୍ୟବାଦ ଦେବା ସହ ଏହାର ସଫଳତା କାମନା କରାଗଲା। ଏଥିସହ କୁଚିଣ୍ଡା, ଜମନକିରା ଓ କୋଳାବିରା ଅଞ୍ଚଳ ନାଗରିକ ମାନଙ୍କୁ ମଧ୍ୟ ସମୟ ଦେବାକୁ ଅନୁରୋଧ କରିବାକୁ ସ୍ଥିର କରାଗଲା। ଏଥିରେ ପୂର୍ବତନ ବିଧାୟକ ତଥା ରେଲୱେ ବୋର୍ଡ ସଦସ୍ୟ ବୃନ୍ଦାବନ ମାଝି, ଓଷ୍ଟା ର ଜମନକିରା ବ୍ଲକ ସଭାପତି ରତନ ଲାଲ ସିଂ, ବାମରା ବ୍ଲକ ଵାଦପଡା ସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ଚୌଧୁରୀ, ପୂର୍ବତନ କୁଚିଣ୍ଡା ବ୍ଲକ ଅଧ୍ୟକ୍ଷ କରୁଣାକର କିଶାନ, ଲାଇକେରା ଅଞ୍ଚଳର ଦଳିତ ନେତା ଭୀଷ୍ମଦେବ ରଣବିଡା, ମାରୱାଡ଼ି ଯୁବ ମଞ୍ଚର ଅତୁଲ କୁମାର ଅଗ୍ରୱାଲା, କିଶାନ ସମାଜର କୁଚିଣ୍ଡା ଉପଖଣ୍ଡ ଆଞ୍ଚଳିକ ଗୁଡ଼ି ସଭାପତି ଡ.ଶୋଭାରାମ ପଧାନ, ଧନେଶ୍ଵର ପଧାନ, ମୋହନ ବାଘ, ସରୋଜ ବାଗ, ଭକ୍ତ କିଶାନ, ସୁବର୍ଣ୍ଣପାଲିର ପୂର୍ବତନ ସରପଂଚ ଲିଙ୍କନ କୁମାର କିଣ୍ଡୋ, ଅଜିତ କିଶାନ, ଆଦିବାସୀ ସାମାଜିକ ସାଂସ୍କୃତିକ ପରିଷ ର ଉପସଭାପତି ରମେଶ ପଧାନ, ଭିଶ୍ମଦେବ ରନବିଦା, ଅଶୋକ ପଟେଲ, ଅଲେଖ ପତି ପ୍ରମୁଖ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଶେଷରେ ବସନ୍ତ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।