ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗୀତା


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଉକ୍ତ ପ୍ରତିଯୋଗିତାରେ ଉଲୁଣ୍ଡା ବ୍ଲକର ବିଭିନ୍ନ ଶିକ୍ଷା ଅନୁଷ୍ଠାନରୁ ପ୍ରାୟ ୬୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ଶ୍ରୀମଦ ଦ୍ଭlଗବତ ଗୀତାର ତୃତୀୟ ଅଧ୍ୟାୟ (କର୍ମ ଯୋଗ) ଆବୃତ୍ତି କରିଥିଲେ । ତୃତୀୟ ରୁ ପଂଚମ ଶ୍ରେଣୀ ବିଭାଗରେ ସାଗରିକା ପଟେଲ , କାଜଲ କର୍ଣ୍ଣ , ଦୀପ୍ତିମୟୀ ଭୋଇ , ଅପର୍ଣ୍ଣା ପୁରୋହିତ , ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ବିଭାଗର ତୃପ୍ତିମୟୀ ବାଘ , ଖୁସି କର୍ଣ୍ଣ , ଦମୟନ୍ତୀ ବାଘ , ନବମ ରୁ ଦଶମ ଶ୍ରେଣୀ ବିଭାଗର ଯସ୍ମୀନ ଆଚାର୍ଯ୍ଯ , ଆଦେଶ ଥନାପତି , ଶ୍ରୀୟା ମେଣ୍ଡେଲି ଏବଂ ଯୁକ୍ତ ଦୁଇ ଓ ଯୁକ୍ତ ୩ ଛାତ୍ରଛାତ୍ରୀ ବିଭାଗର ରୀମା କର୍ଣ୍ଣ , ସାଗରିକା କର୍ଣ୍ଣ , ଗୀତା ସିଂହ ପ୍ରମୁଖ ପୁରସ୍କୃତ ହୋଇ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତାକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ପ୍ରଜ୍ଞାନ ମିଶନର କାର୍ଯ୍ୟକର୍ତ୍ତା ଶ୍ରୀ ଆକାଶ ବିଶ୍ୱାଳ ଓ ଅନ୍ତର୍ଯ୍ୟାମୀ ହୋତାଙ୍କ ସଂଯୋଜନାରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଂସ୍କୃତ ବିଦ୍ୱାନ ଡ଼. ପ୍ରଫୁଲ୍ଲ ସାହୁ , ମକରଧ୍ୱଜ ପାତ୍ର , ପ୍ରସନ୍ନ ଶତପଥୀ , ବୈସମ୍ପାୟନ ପଣ୍ଡା , ଅନିରୁଦ୍ଧ କୁରକୁରିଆ , ଅଚ୍ୟୁତାନନ୍ଦ ପୁରୋହିତ , ଧର୍ମ ନିରଞ୍ଜନ ପଣ୍ଡା , ଆଲୋକ କୁମାର ନନ୍ଦ ପ୍ରମୁଖ ବିଚାରପତି ଦାୟିତ୍ୱ ତୁଲାଇଥିଲେ । ସୁରେଶ ମହାକୁର , ସୀତାଂଶୁ ପୂଜାହାରି , ବିଶ୍ୱନାଥ ମହାକୁର , ରୋହିତାଶ ଖେତି ପ୍ରମୁଖ କାର୍ଯ୍ୟକ୍ରମ ରେ ସକ୍ରିୟ ସହଯୋଗ କରିଥିଲେ। ଗୀତାକୁ କେବଳ ଅଭ୍ୟାସ ନ କରି ଗୀତା ନିର୍ଦ୍ଦେଶିତ ପଥରେ ନିଜକୁ ପରିଚାଳିତ କରିବା ଏବଂ ପ୍ରତିଦିନ ନିଜ ନିଜ ଗୃହରେ ଗୀତା ପଠନ କରିବାକୁ ବରେଣ୍ୟ ଅତିଥି ଗଣ ମତାମତ ଦେଇଥିଲେ। ଶେଷରେ ପ୍ରଜ୍ଞାନ ମିଶନର ସଂଯୋଜକ ଅଚ୍ୟୁତାନନ୍ଦ ମହାନ୍ତି କୃତଜ୍ଞତା ଜ୍ଞାପନ କରିଥିଲେ ।