ଉଲୁଣ୍ଡା ହାଇସ୍କୁଲ ରେ ବିଜ୍ଞାନ ଶିକ୍ଷକ ଙ୍କ ଜିଜ୍ଞାସା ତାଲିମ ଶିବିର


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ମାନଙ୍କୁ ନେଇ ଅନୁଷ୍ଠିତ ଦୁଇ ଦିନିଆ ବ୍ଲକ ସ୍ତରୀୟ ଜିଜ୍ଞାସା ତାଲିମ ଶିବିର ସୋମବାର ଉଦଯାପିତ ହୋଇଯାଇଛି । ଏହି ତାଲିମ ଶିବିରରେ ଉଲୁଣ୍ଡା ଏବଂ ବୀରମହାରାଜପୁର ବ୍ଲକର ମୋଟ ୩୭ ଜଣ ବିଜ୍ଞାନ ଶିକ୍ଷକ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ । ଉଲୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନଳିନୀ କୁମ୍ଭାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ଏବଂ ସମ୍ମାନୀତ ଅତିଥି ଭାବେ ବୀରମହାରାଜପୁର ଗୋଷ୍ଠି ଶିକ୍ଷା ଅଧିକାରୀ ସାନ୍ତନୁ କୁମ୍ଭକାର ଓ ଉଲୁଣ୍ଡା ଗୋଷ୍ଠି ଶିକ୍ଷା ଅଧିକାରୀ ଗୋଲକ ବିହାରୀ ପଣ୍ଡା ପ୍ରମୁଖ ମଂଚାସୀନ ରହି ଜିଜ୍ଞାସା ତାଲିମ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ବିଜ୍ଞାନ ଶିକ୍ଷକ ଗୌରୀଶଙ୍କର ପୁଝାରୀ ଏବଂ ସୁଧିର ହୋତା ତାଲିମ ପ୍ରଦାନ କରିଥିଲେ ।