Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାରବାହାଲି ଆଦର୍ଶ ବିଦ୍ୟାଳୟ ରେ ସ୍ଵଚ୍ଛତା ପଖୱାଡା ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଝାରବାହାଲି ସ୍ଥିତ ଆଦର୍ଶ ବିଦ୍ଯାଳୟ ପକ୍ଷରୁ ଆଜି ସ୍ବଚ୍ଛତା ପଖୱାଡା କାର୍ଯ୍ୟକ୍ରମ ପାଳିତ ହୋଇ ଥିଲା I ଏ ଅବସରରେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରା ବିଦ୍ଯାଳୟ ପରିସରରୁ ବାହାରି ଝାରବାହାଲି ଗ୍ରାମ ପରିକ୍ରମା କରିବା ସହିତ ଛାତ୍ରଛାତ୍ରୀମାନେ ବିଭିନ୍ନ ନାରା ଦେଇ ଲୋକଙ୍କୁ ସଚେତନ କରାଇଥିଲେ। ବ୍ଯକ୍ତିଗତ ପରିଛନ୍ନତା ଠୁ ଆରମ୍ଭ କରି ଆମ ପରିବେଶ ପରିଛନ୍ନତା ତଥା ସ୍ବଚ୍ଛ ପରିବେଶ ସୁସ୍ଥ ଜୀବନ ଦ୍ବାରା କିପରି ଦେଶର ବିକାଶ ହୋଇପାରିବ ଏସବୁ ବିଷୟରେ ପିଲାମାନେ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଅଧ୍ଯକ୍ଷ ସୁନୀଳ କୁମାର ପଣ୍ଡାଙ୍କ ନେତ୍ରୁତ୍ଵରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଦ୍ଯାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସାମିଲ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ