Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଷାକ୍ତ ସାପ କାମୁଡ଼ାରେ ବନ ଜଗୁଆଳି ଗୁରୁତର

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଂଚଳ ପିପଲକଟା ଫରେଷ୍ଟ ବିଟ୍ ଅଂଚଳରେ ହାତୀ ଚଲାପଥ ଅନୁଧ୍ୟାନ କରୁଥିବା ବେଳେ ବିଷାକ୍ତ ସାପ କାମୁଡାରେ ବନ ଜଗୁଆଳି ପ୍ରବିଣ ପ୍ରଧାନ ଗୁରୁତର ହୋଇ ପଡିଥିବା ଜଣାପଡିଛି । ପ୍ରବିଣଙ୍କୁ ବିଷାକ୍ତ ସାପ କାମୁଡିଥିବା ଜାଣିବା ପରେ ଚିକିତ୍ସା ପାଇଁ ସାଙ୍ଗେ ସାଙ୍ଗେ ଉଲୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ପ୍ରାଥମିକ ଚିକିତ୍ସା ପରେ ଉଚ୍ଚତର ଚିକିତ୍ସା ପାଇଁ ପ୍ରବିଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ବେଳେ ଚିକିତ୍ସା ଚାଲୁଥିବା ଜଣାପଡିଛି ।