Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶ୍ରୀକ୍ରୃଷ୍ନ ଜନ୍ମାଷ୍ଟମୀ ଉତ୍ସବ ପାଳନ

ଜମନକିରା : ଆଜି ବୁଧବାର ଦିନ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳନ ହୋଇଯାଇଛି। ଏହି ଅବସରରେ ଭଗଵାନ ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତ୍ତିରେ ଧୂପ,ଦୀପ ଏବଂ ନୈବେଦ୍ୟ ଅର୍ପଣ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଶ୍ରୀକୃଷ୍ଣ ଓ ରାଧା ବେଶ ହୋଇଥିବା ଶିଶୁ ଭାଇ ଭଉଣୀ ମାନଙ୍କର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଚାରକ ଭାବେ ସ୍କୁଲର ଆଚାର୍ଯ୍ୟ ପଦ୍ମନାଭ ମହାକୁଳ, ଅଚାର୍ଯ୍ୟା ସସ୍ମିତା ବିଶ୍ୱାଳ ଏବଂ ଡିଲେଶ୍ୱରୀ ଖମାରୀ ପ୍ରମୁଖ ଚୟନ କାର୍ଯ୍ୟ ତୁଲାଇଥିଲେ। ଏହାପରେ ବିଦ୍ୟାଳୟରେ ପ୍ରଧାନ ଆଚାର୍ଯ୍ୟ ସୁରଳୀ ମିଶ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ବିଦ୍ୟାଳୟର ସଭାପତି ସାଲେକରାମ ପ୍ରଧାନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବର ମହତ୍ତ୍ଵ ବିଷୟରେ ବକ୍ତବ୍ୟ ରଖିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଗୁରୁମା ଅନିତା ଭୋଇ ପରିଚାଳନା କରିଥିବା ବେଳେ ଏବଂ ଗୁରୁଜୀ ଶ୍ରୀ ମହାକୁଳ ଧନ୍ୟବାଦ ଅର୍ପଣ କରିଥିଲେ।