Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଲକ୍ଷ୍ମୀପୁର ଠାରେ ଶ୍ରୀକୃଷ୍ଣ ଜନ୍ମଷ୍ଟମୀ ଉତ୍ସବ ପାଳିତ

ଲକ୍ଷ୍ମୀପୁର ୦୬/୦୯ .. ଲକ୍ଷ୍ମୀପୂର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ସାଙ୍ଗାନା ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀ ସୁକାନ୍ତ କୁମାର ଯାଦବ ଯୋଗଦେଇ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ବିଦ୍ୟାଳୟର ସଭାପତି ଭି. ନାଗା ରାଜୁ,ଉପସଭାପତି ମୌତୁସି ପ୍ରଧାନ ଉପସ୍ଥିତ ଥିଲେ। ଅତିଥିଙ୍କ ପରିଚୟ ଶ୍ରୀମାନ ଗୋପୀନାଥ ମହାପାତ୍ର ଓ ଧନ୍ୟବାଦ ଜ୍ଞାପନ ଶ୍ରୀମତୀ ଆରତି ପ୍ରିୟଦର୍ଶିନୀ ସାହୁ କରିଥଲେ । ଶିଶୁ ଭାଇଭଉଣୀ ରାଧା ଓ କୃଷ୍ଣ ବେଶରେ ସୁସଜ୍ଜିତ ହୋଇ ସମସ୍ତ ଶିଶୁ ଭାଇଭଉଣୀ ଅଥିତି,ଗୁରୁଜୀ ଓ ଗୁରୁମାଙ୍କ ସହ ଜଗନ୍ନାଥ ମନ୍ଦିର ସହ ନଗର ପରିକ୍ରମା କରିଥଲେ।ସମସ୍ତ ଗୁରୁଜୀ, ଗୁରୁମା ଓ ମାଉସୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିଲା।ସେହିପରି ରାମ ମନ୍ଦିର ସମେତ ଘରେ ଘରେ ସନ୍ଧ୍ୟା ସମୟରେ ଜନ୍ମାଷ୍ଠମୀ ପାଳିତ କରାଯାଇଥିବା ଦେଖିବାକୁ ମିଳିଥିଲା….

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ