Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମନାପାଲି ରାସ୍ତା ବୁଲାଣିରେ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ

ଜମନକିରା : ଜମନକିରା ବ୍ଲକ କୁଚିଣ୍ଡା ଥାନା ଧୁଡ଼ିପାଲିରୁ ମନାପାଲି ଯିବା ରାସ୍ତା ବୁଲାଣିରେ ଆଜି ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି। ଅନ୍ୟ ଜଣକ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ କୋଲାବିରା ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ର ବାଘ ବୋଲି ପରିଚୟ ମିଳିଥିବା ବେଳେ ଗୁରୁତର ଆହତ ଜଣକ ରାଜେଶ ପରେଖ ଥିବା ପ୍ରାଥମିକ ତଦନ୍ତ ରୁ ଜଣା ପଡ଼ିଛି। ସୂଚନା ଅନୁଯାୟୀ, ବୁଧବାର ପୂର୍ବାହ୍ନ ସାଢ଼େ ୧୧ଟା ପାଖାପାଖି ଧୁଡ଼ିପାଲି ରୁ ମନାପାଲି ଯିବା ରାସ୍ତା ଏକ ବୁଲାଣିରେ ଟ୍ରାକ୍ଟର ନଂ (ଓଡି ୧୫ ଡବ୍ଲୁ – ୨୨୦୬) ଏବଂ ଗ୍ଲାମୋର୍ ବାଇକ୍ ନଂ (ଓଡି ୨୩ ଏଚ୍ ୩୮୧୦) ମଧ୍ୟରେ ମୁହାମୁହିଁ ଧକ୍କା ହୋଇଥିଲା। ବାଇକ ଚାଳକ ଖଣ୍ଡେ ଦୂରକୁ ଛିଟିକି ପଡ଼ିବା ସହ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ସରପଂଚ ଅରୁଣ ନାଏକ, ଯୁବ ବିଜେଡ଼ି ସଭାପତି ସୁଦୀପ ଦେବ ଓ ସ୍ଥାନୀୟ ଯୁବକ ମାନେ ଘଟଣା ସ୍ଥଳକୁ ପହଂଚି ଗୁରୁତର ଆହତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କୁଚିଣ୍ଡା ଡାକ୍ତରଖାନାକୁ ପଠାଇଥିଲେ। ଏନେଇ କୁଚିଣ୍ଡା ଥାନାରେ ଏକ ଦୁର୍ଘଟଣା ମାମଲା ରୁଜୁ ହୋଇଥିବା ଜଣାଯାଇଛି। ପୋଲିସ ମାମଲା ରୁଜୁ କରୁ ଅଧିକ ତଦନ୍ତ ଜାରି ରଖିଛି।