Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଡ଼ିଓ ଙ୍କ ଅଧ୍ୟକ୍ଷତାରେ ସମାଧାନ ହେଲା ୫ଟି ସ୍କୁଲର ନିର୍ମାଣରେ ଅନିୟମିତତା ସମସ୍ୟା

ଜମନକିରା : ଜମନକିରା ବ୍ଲକ ଅନ୍ତର୍ଗତ ଟିକିବା ପଂଚାୟତରେ ୫ଟି ବିଭାଗ ଅଧୀନରେ ଚାଲିଥିବା ରୁପାନ୍ତିକରଣ କାର୍ଯ୍ୟ ନିମ୍ନ ମାନର ଏବଂ ଅନିୟମିତତା ଅଭିଯୋଗରେ ବିଗତ କିଛିଦିନ ଆଗରୁ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଆଜି ଜମନକିରା ବିଡ଼ିଓ ପ୍ରସନ୍ନ ପଟେଲଙ୍କ ଅଧ୍ୟକ୍ଷତାରେ ଏକ ସମାଧାନ ସଭା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ସଭାରେ ମୋ ସ୍କୁଲ ପରିଚାଳନା କମିଟିର କର୍ମକର୍ତା ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ। ଜନସାଧାରଣଙ୍କ ଅଭିଯୋଗ କୁ ଭିତ୍ତି କରି ବିଡ଼ିଓ ଶ୍ରୀ ପଟେଲ ଏବଂ ସହକାରୀ ଯନ୍ତ୍ରୀ ସାଲିନୀ ସିଂ ଅଭିଯୋଗ ଗୁଡ଼ିକର ତର୍ଜମା କରି ସମସ୍ୟାର ସମାଧାନ କରିଛନ୍ତି। ସ୍କୁଲର ପ୍ରତ୍ୟେକ କାର୍ଯ୍ୟ ଉଚ୍ଚ ମାନର କରିବା ସହ ମୋ ସ୍କୁଲ କମିଟି ପ୍ରତ୍ୟେକ କାର୍ଯ୍ୟକୁ ତଦାରଖ କରିବେ ଯଦି କୌଣସି ତ୍ରୁଟି ଅନୁଭବ ହୁଏ ତେବେ କମିଟି ସଭା ଆୟୋଜନ କରି ତୁରନ୍ତ ତାଙ୍କୁ ଜଣାଇବା ପାଇଁ ଅନୁରୋଧ କରିଛନ୍ତି। ତତ ସହିତ କେଉଁ ଦିନ କଣ କାମ ହେଉଛି, କେତେ କାମ ଅଗ୍ରସର ହେଲା ସମସ୍ତ ରିପୋର୍ଟ ମୋ ସ୍କୁଲ ଅଭିଯାନ କମିଟି ୱାଟସାପ ଗ୍ରୁପରେ ଜଣାଇବେ ବୋଲି ପ୍ରଧାନ ଶିକଷୟିତ୍ରୀ ବିଡ଼ିଓ ସ୍ନେହଲତା ସୁନାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଇ ଆଲୋଚନା ବେଳେ କନିଷ୍ଟଯନ୍ତ୍ରୀ ଅଜିତ ବେହେରା, ସରପଞ୍ଚ ମମତା ଭେଙ୍ଗରା, ସମିତିସଭ୍ୟ ସ୍ନିଗ୍ଧା ପଟେଲ, ସ୍କୁଲ ପରିଚାଳନା କମିଟି ସଭାପତି ସରୋଜ ଝାଙ୍କର, ବ୍ଲକ ବିଜେପି ମଣ୍ଡଳ ସଭାପତି ଅମୋଘ ପାଣିଗ୍ରାହୀଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।